ନୂଆଦିଲ୍ଲୀ : ପୁଲଓ୍ଵାମାରେ ଭାରତୀୟ ଯବାନମାନଙ୍କ ଉପରେ ଆକ୍ରମଣ କରାଯିବା ପରେ ଏହାର ଜବାବ ଦେବା ପାଇଁ ପାକିସ୍ତାନର ବାଲାକୋଟ ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ବାଲାକୋଟ୍ରେ ଥିବା ଜୈସ୍-ଇ-ମହମ୍ମଦର ଆତଙ୍କୀ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିବା ବେଳେ ପ୍ରାୟ ୩୦୦ ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଥିଲା । ତେବେ ଏୟାରଷ୍ଟ୍ରାଇକ୍ ପରେ ପରେ ପାକିସ୍ତାନ ଆକାଶମାର୍ଗରେ ଭାରତକୁ ଆକ୍ରମଣ କରିବାର ଯୋଜନା କରିଥିଲା, ଯାହାକୁ ବିଫଳ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ ସ୍କ୍ଵାଡର୍ନ ଲିଡର ମିଣ୍ଟି ଅଗ୍ରଓ୍ଵାଲ । ଏବେ ତାଙ୍କୁ ଭାରତୀୟ ବାୟୁସେନା ପକ୍ଷରୁ ଯୁଦ୍ଧ ସେବା ପଦକରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି । ଯୁଦ୍ଧ ବା କୌଣସି ସଂଘର୍ଷ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ବ୍ୟକ୍ତିକୁ ଏହି ସମ୍ମାନରେ ଭୂଷିତ କରାଯାଇଥାଏ ।
hindustantimes.comସୂଚନା ମୁତାବକ, ଫେବୃଆରୀ ୨୭ତାରିଖରେ ପାକିସ୍ତାନକୁ ରୋକିବା ପାଇଁ ନିୟୋଜିତ ଥିବା ୭ଟି ଲଢ଼ୁଆ ବିମାନ ଲାଗି ରାଡାର ଆଧାରିତ ସୂଚନା ପ୍ରଦାନକାରୀ ଟିମ୍ରେ ସାମିଲ ଥିଲେ ସ୍କ୍ଵାଡର୍ନ ଲିଡର ମିଣ୍ଟି ଅଗ୍ରଓ୍ଵାଲ । ପାକିସ୍ତାନୀ ବିମାନ ଭାରତ ଭିତରକୁ ପଶିବା ପୂର୍ବରୁ ଏହାର ସୂଚନା ସେ ପାଇଲଟମାନଙ୍କୁ ଦେଇଥିଲେ। ଏହି ସୂଚନା ପାଇ ଅଭିନନ୍ଦନ ପାଲଟା ଆକ୍ରମଣ ପାଇଁ ଯାଇଥିଲେ। ପାଇଲଟ୍ ଅଭିନନ୍ଦନ ବର୍ତମାନ ମଧ୍ୟ ସେହି ଟିମ୍ରେ ସାମିଲ ଥିବା ବେଳେ ସ୍କ୍ଵାଡର୍ନ ଲିଡର ମିଣ୍ଟି ତାଙ୍କୁ ବିପଦର ସୂଚନା ପାଇ ଫେରି ଆସିବାକୁ କହିଥିଲେ । କିନ୍ତୁ ଯୋଗଯୋଗ ବିଚ୍ଛିନ୍ନ ହେବାରୁ ପାଇଲଟ୍ ଅଭିନନ୍ଦନ ବର୍ତମାନ ସ୍କ୍ଵାଡର୍ନ ଲିଡର ମିଣ୍ଟିଙ୍କ କଥା ଶୁଣି ପାରି ନଥିଲେ । ଯାହାଦ୍ୱାରା ସେ ଭୁଲବଶତଃ ପାକ୍ ସୀମା ଭିତରକୁକୁ ଚାଲି ଯାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/iaf-800_20190276389.jpg)