ଭାରତରେ ମାମଲା ଦୁଇଗୁଣ ସମୟ ୭୩ ଦିନକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ୬୭ ହଜାର ୭୩୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୬୮୦ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ସଂଖ୍ୟା ୭୩ ଲକ୍ଷ ୭ ହଜାର ୯୭ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୧ ହଜାର ୨୬୬କୁ ବୃଦ୍ଧି ପାଇଛି। କୋଭିଡ୍‌ ମୃତ୍ୟୁହାର ୧.୫୨ ପ୍ରତିଶତକୁ ଖସି ଆସିଛି। ଦେଶରେ ଏବେ ମୋଟ୍‌ ୮ ଲକ୍ଷ ୧୨ ହଜାର ୩୯୦ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୧.୧୧ ପ୍ରତିଶତ।

ଆଇସିଏମ୍‌ଆର ଅନୁଯାୟୀ ଦେଶରେ ଏବେ ମୋଟ୍‌ ୯ କୋଟି ୧୨ ଲକ୍ଷ ୨୬ ହଜାର ୩୦୫ ନମୁନା ପରୀକ୍ଷା ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଦେଶରେ ଏବେ ମାମଲା ଦ୍ବିଗୁଣା ହେବା ସମୟ ବୃଦ୍ଧି ପାଇଛି। ଅଗଷ୍ଟ ମଧ୍ୟଭାଗରେ କରୋନା ମାମଲା ଦ୍ବିଗୁଣା ହେବା ସମୟ ୨୫.୫ ଦିନ ଥିବାବେଳେ ଏହା ଏବେ ୭୩ ଦିନ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭ ଲକ୍ଷ ୭୩୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୮୭.୩୫ ପ୍ରତିଶତକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର