ଇଣ୍ଡୋନେସିଆରେ ଅମାନିଆଙ୍କୁ ଅଜବ ଦଣ୍ଡ : ମାସ୍କ ନ ପିନ୍ଧିଲେ ମୃତ ଲୋକମାନଙ୍କ ପାଇଁ କବର ଖୋଳିବାକୁ ପଡ଼ିବ

ଜାକାର୍ତ୍ତା : କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବାବେଳେ ତାହାକୁ ନିୟନ୍ତ୍ରଣକରିବାକୁ ବିଭିନ୍ନ ଦେଶର ସରକାରମାନେ ନାଦେକମ ହୋଇସାରିଲେଣି । କରୋନା ଦାଉରୁ ରକ୍ଷା ପାଇବାକୁ ମାସ୍କ ପିନ୍ଧିବା ଏକ ଜରୁରୀ ଉପାୟ ହୋଇଥିବାରୁ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି । ଅଧିକାଂଶ ଲୋକ ମାସ୍କ ପିନ୍ଧୁଥିଲେ ମଧ୍ୟ କିଛି ଲୋକ ତାହାକୁ ଅମାନ୍ୟ କରୁଛନ୍ତି । ଏହା ଫଳରେ ସେମାନେ କେବଳ ନିଜ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ମଧ୍ୟ ବିପଦ ଟାଣିଆଣୁଛନ୍ତି । ଏପରି ଅମାନିଆ ଲୋକମାନଙ୍କୁ ସାବାଡ଼ କରିବାକୁ ସରକାରମାନେ ବିଭିନ୍ନ ପ୍ରକାରର ଦଣ୍ଡବିଧାନର ବ୍ୟବସ୍ଥା କରୁଛନ୍ତି । ଭାରତର ବିଭିନ୍ନ ରାଜ୍ୟ ମାସ୍କ ପିନ୍ଧିନଥିବା ଲୋକମାନଙ୍କ ପାଇଁ ଜୋରିମାନା ଓ ଜେଲଦଣ୍ଡର ବ୍ୟବସ୍ଥା ରହିଛି । କିନ୍ତୁ ଏସୀୟ ଦେଶ ଇଣ୍ଡୋନେସିଆରେ ଏପରି ଅମାନିଆ ଲୋକମାନଙ୍କୁ ସାବାଡ କରିବାକୁ ଏକ ଅଭିନବ ଉପାୟ ଗ୍ରହଣ କରାଯାଇଛି । ଯେଉଁ ଲୋକମାନେ ମାସ୍କ ପିନ୍ଧିନଥିବାବେଳେ ଧରାପଡ଼ିବେ ସେମାନଙ୍କୁ  କରୋନାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପାଇଁ କବର ଗାତ ଖୋଳିବାକୁ ପଡ଼ିବ।

ଇଣ୍ଡୋନେସିଆର ପୂର୍ବ ଜାଭା ରାଜ୍ୟରେ ସ୍ଥାନୀୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବ ଜାଭାର ଗ୍ରେସିକ ଅଞ୍ଚଳର ୮ ଜଣ ଲୋକଙ୍କୁ  ମୃତ ଲୋକମାନଙ୍କୁ କବର ଦେବା ନିମନ୍ତେ ଗାତ ଖୋଳିବାକୁ ନର୍ଦ୍ଦେଶ ଦିଆଯାଇଛି ।

ଇଣ୍ଡୋନେସିଆ ଦକ୍ଷିଣ-ପୂର୍ବ ଏସିଆର ସବୁଠାରୁ ଜନବହୁଳ ଦେଶ ହୋଇଥିବାବେଳେ ଏଠାରେ ମୋଟ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୧୮ ହଜାର ଟପିଯାଇଛି ।

ସମ୍ବନ୍ଧିତ ଖବର