କଶ୍ମୀରରେ ଦୈନିକ ୫-୬ ଆତଙ୍କବାଦୀ ମରୁଛନ୍ତି

ନୂଆଦିଲ୍ଲୀ : କଶ୍ମୀରରୁ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ସୁରକ୍ଷା ବାହିନୀ ଅହରହ ପ୍ରୟାସ ଜାରି ରଖିଛି। ପ୍ରତିଦିନ କଶ୍ମୀରରେ ୫ରୁ ୬ ଆତଙ୍କବାଦୀ ନିପାତ ହେଉଛନ୍ତି ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହା ସମ୍ଭବ ହୋଇପାରିଛି ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପ ପ୍ରତି କଶ୍ମୀରବାସୀଙ୍କ ଆସ୍ଥା ବଢ଼ିଛି ବୋଲି ସେ କହିଛନ୍ତି। ସେନା, ଅର୍ଦ୍ଧସାମରିକ ବାହିନୀ ଏବଂ ଅନ୍ୟ ନିରାପତ୍ତା ସଂସ୍ଥା ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହେଉଥିବାରୁ ରାଜନାଥ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର