କେରଳରେ ଶୀର୍ଷ ରାଜନେତାଙ୍କ ପତ୍ନୀଙ୍କ ସମ୍ପତ୍ତିରେ ଅହେତୁକ ବୃଦ୍ଧି

ଥିରୁଅନନ୍ତପୁରମ୍‌ : କେରଳ‌ରେ କିଛି ଶୀର୍ଷ ରାଜନେତାଙ୍କ ରୋଜଗାର ଗତ ୫ ବର୍ଷରେ କମିଯାଇଛି। କିନ୍ତୁ ସେମାନଙ୍କ ପତ୍ନୀଙ୍କ ସମ୍ପତ୍ତିରେ ଆଶାତୀତ ବୃଦ୍ଧି ଘଟିଛି। ସିପିଏମ୍‌ ଟିକେଟ୍‌ରେ ନିର୍ବାଚନ ଲଢ଼ୁଥିବା ପିଏ ମହମ୍ମଦ ରିୟାସ୍‌ଙ୍କ ପରି କେତେକ ପ୍ରାର୍ଥୀ ଗତ ୫ ବର୍ଷ ଧରି ଆୟ କର ଦେଇନାହାନ୍ତି। ସେମାନଙ୍କ ରୋଜଗାର ବହୁତ୍‌ କମିଯାଇଛି। ବେପୁର୍‌ରୁ ନିର୍ବାଚନ ଲଢ଼ୁଥିବା ରିୟାସ୍‌ଙ୍କ ପତ୍ନୀ ତଥା କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଝିଅ ବୀଣା ଟି’ଙ୍କ ରୋଜଗାର ଏହି ସମୟ ମଧ୍ୟରେ ୩ ଗୁଣା ବୃଦ୍ଧି ହୋଇଛି। ସେହିପରି ବରିଷ୍ଠ କଂଗ୍ରେସ ନେତା କେ ମୁରଲିଧରନ୍‌ଙ୍କ ପତ୍ନୀ ଏସ୍‌ ଜ୍ୟୋତିଙ୍କ ରୋଜଗାର ୨୦୧୫-୧୬ରେ ୧୨.୭୮ ଲକ୍ଷ ଥିଲା କିନ୍ତୁ ୨୦୧୯-୨୦ରେ ତାଙ୍କ ରୋଜଗାର ୫.୩୯ କୋଟିକୁ ବୃଦ୍ଧି ପାଇଛି।

କର ରିଟର୍ଣ୍ଣ ବିବରଣୀ ଅନୁଯାୟୀ ବୀଣା ଟି’ଙ୍କ ରୋଜଗାର ୨୦୧୬-୧୭ରେ ୮.୨୫ ଲକ୍ଷ ଥିଲା। କିନ୍ତୁ ୨୦୨୦-୨୧ରେ ତାଙ୍କ ରୋଜଗାର ୨୯.୯ ଲକ୍ଷକୁ ବୃଦ୍ଧି ପାଇଛି। ତାଙ୍କ ଆୟରେ ୨୬୨ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୭-୧୮ରେ ତାଙ୍କ ରୋଜଗାର ୧୦.୪ ଲକ୍ଷ ଥିଲା ଯାହା ୨୦୧୮-୧୯ରେ ୨୯.୬୮ଲକ୍ଷକୁ ବୃଦ୍ଧି ପାଇଥିବା ବେଳେ ୨୦୧୮-୧୯ରେ ଏହା ୩୦.୭୨ ଲକ୍ଷକୁ ବୃଦ୍ଧି ପାଇଲା। ଅନ୍ୟଜ‌ଣେ ଶୀର୍ଷ ନେତା କେ ମୂରଲୀଧରନ୍‌ଙ୍କ ପତ୍ନୀ ଏସ୍‌ ଜ୍ୟୋତିଙ୍କ ରୋଜଗାର ୨୦୧୮-୧୯ରେ ୨୪.୫ ଲକ୍ଷ ଥିବା ବେଳେ ୨୦୧୯-୨୦ରେ ୫.୩୯ କୋଟିକୁ ବଢ଼ିଛି। ବିରୋଧୀ ଦଳ ନେତା ରମେଶ ଚେନ୍ନିଥାଲାଙ୍କ ରୋଜଗାର ଗତ ୫ ବର୍ଷ ମଧ୍ୟରେ ୩୨ ପ୍ରତିଶତ କମିଥିବା ବେଳେ ତାଙ୍କ ପତ୍ନୀଙ୍କ ଆୟରେ ୯.୪୨ ଲକ୍ଷ ଟଙ୍କା ବଢ଼ିଛି।

ସମ୍ବନ୍ଧିତ ଖବର