ଜେଲ୍‌ରେ ଲାଲୁଙ୍କୁ ଦିଆଯିବ ଟିଭି, ଖବରକାଗଜ, ମଶାରି ଏବଂ ଘର ରନ୍ଧା ଖାଦ୍ୟ

ପାଟନା: ଶନିବାର ଦିନ ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବଙ୍କୁ ରାଞ୍ଚିର ବିର୍ସା ମୁଣ୍ଡା ଜେଲ୍‌ର ଉପର୍‌ ଡିଭିଜନ୍‌ ସେଲ୍‌ରେ ରଖା ଯାଇଛି। ୨୦୧୩ରେ ମଧ୍ୟ ଲାଲୁଙ୍କୁ ଜେଲ୍‌ର ସେହି ପ୍ରକୋଷ୍ଠରେ ରଖା ଯାଇଥିଲା।

ଅପର୍‌ ଡିଭିଜନ୍‌ ସେଲ୍‌ରେ ଜେଲ୍‌ ବିଛଣା ଛଡ଼ା ତାଙ୍କୁ ଯୋଗାଇ ଦିଆଯିବ ଗୋଟିଏ ମଶାରି, ପଢ଼ିବାକୁ ଦୈନିକ ଖଣ୍ଡେ ଖବରକାଗଜ ଏବଂ ଗୋଟିଏ ଟିଭି ସେଟ୍‌। ସେ ଘର ରନ୍ଧା ଖାଦ୍ୟ ମଗାଇ ଖାଇ ପାରିବେ କିଂବା ଚାହିଁଲେ ନିଜେ ରାନ୍ଧି ଖାଇ ପାରିବେ। ପୂର୍ବତନ ରେଳବାଇ ମନ୍ତ୍ରୀ ୨୦୧୪ରେ ହାର୍ଟ ସର୍ଜରି କରାଇଥିଲେ। ସେଥିପାଇଁ ତାଙ୍କ ଖାଦ୍ୟରେ ବିଭିନ୍ନ କଟକଣା ରହିଛି।

ଆର୍‌ଜେଡି ମୁଖ୍ୟ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେଲ୍‌ରେ ଭିଆଇପି ଆତିଥ୍ୟ ପାଇବେ। ତାଙ୍କ ଜେଲ୍‌ ରହଣି ସମୟରେ ଜେଲ୍‌ର ଅନ୍ୟ ଅନ୍ତେବାସୀମାନେ ତାଙ୍କୁ ଭେଟି ପାରିବେ ନାହିଁ।

Image Courtesy of HT

ଦଳ ରାଜ୍ୟ ଶାଖାର ଅଧ୍ୟକ୍ଷା ଏବଂ ପୂର୍ବତନ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ସମେତ ରାଷ୍ଟ୍ରୀୟ ଜନତା ଦଳର ବହୁ ନେତା ଭିନ୍ନ ଏକ ଗାଡ଼ିରେ ହୋତ୍‌ଓ୍ଵାର୍‌ସ୍ଥିତ ଜେଲ୍‌ର ମୁଖ୍ୟ ଫାଟକ ପାଖକୁ ଛାଡ଼ିବାକୁ ଆସିଥିଲେ।

ପୂର୍ବରୁ ଶନିବାର ଦିନ ସିବିଆଇ କୋର୍ଟ ଲାଲୁଙ୍କୁ ଦେଓଗଡ଼ ଟ୍ରେଜେରିରୁ ୮୯ ଲକ୍ଷ ଟଙ୍କା ଉଠାଇ ଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲା। ଗାଡ଼ିରୁ ଓହ୍ଲାଇ ଲାଲୁ ସିଧା ନିଜ ପ୍ରକୋଷ୍ଠକୁ ଯାଇ ବିଶ୍ରାମ ଗ୍ରହଣ କରିଥିଲେ।

ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଶୋକ ଚୌଧୁରୀ କହନ୍ତି: ୨୦୧୩ରେ ସେ ରହୁଥିବା ଏକ ଅପର୍‌ ଗ୍ରେଡ୍‌ ସେଲ୍‌ରେ ହିଁ ତାଙ୍କୁ ପୁଣି ଥରେ ରଖା ଯାଇଛି। ସେ ସିଧା ଯାଇ ସେ ପ୍ରକୋଷ୍ଠରେ ବିଶ୍ରାମ ନେଇଛନ୍ତି।

Image Courtesy of MNS

୨୦୧୩ରେ ଲାଲୁ ସୁପ୍ରିମ୍‌ କୋର୍ଟରୁ ଜାମିନ୍‌ ପାଇବା ଯାଏଁ ସେହି ଏକା ସେଲ୍‌ରେ ୭୭ ଦିନ କଟାଇ ଥିଲେ।

ଅନ୍ନପୂର୍ଣ୍ଣା ଦେବି କହନ୍ତି: ଭିତରେ ଥିବା ବେଳେ ସେ ଜେଲ୍‌ ଆହାର ଖାଇବାକୁ ପସନ୍ଦ କରୁଥିଲେ। କିନ୍ତୁ, ଆମେ କୌଣସିମତେ ତାଙ୍କୁ ଘର ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଚେଷ୍ଟା କରିବୁ।

ଶେଷ ଥର ଲାଲୁ ଜେଲ୍‌ରେ ଥିବାବେଳେ ବହୁ ନୀତି ନିୟମ ଉଲ୍ଲଂଘନ ହୋଇଥିବାର ଖବର ମିଳିଥିଲା।

ସମ୍ବନ୍ଧିତ ଖବର