ନୂଆଦିଲ୍ଳୀ: ଟୋଲ୍ ପ୍ଲାଜାରେ ନିୟମ ମୁତାବକ ଫି ପଇଠ କରିବାକୁ ପ୍ଲାଜା କର୍ମଚାରୀମାନେ ଦାବି କରିଥିଲେ। କିନ୍ତୁ ଗାଡ଼ିଚାଳକ ଟଙ୍କା ପଇଠ କରିବା ବଦଳରେ ବୁଲ୍ଡୋଜର ଲଗାଇ ଟୋଲପ୍ଲାଜାଟିକୁ ଭାଙ୍ଗିଦେଲା। ଏହି ଘଟଣାରେ ପୁଲିସ ବୁଲଡୋଜର ଚାଳକକୁ ଗିରଫ କରିଛି। ଏହି ଘଟଣା ସମ୍ପର୍କରେ ଉତ୍ତରପ୍ରଦେଶର ହାପୁର ପୁଲିସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛି। ସୂଚନାନୁସାରେ, ଆଜି ସକାଳେ ଦିଲ୍ଳୀ-ଲକ୍ଷ୍ନୌ ଜାତୀୟ ରାଜପଥରେ ପିଲ୍ଖୁୱା ଥାନା ଅଧୀନ ଛିଜାର୍ସି ଟୋଲ୍ ପ୍ଲାଜାରେ ଏହି ଘଟଣା ଘଟିଥିଲା। ଜଣେ ବ୍ୟକ୍ତି ବୁଲ୍ଡୋଜର ଚଳାଇ ଆସିଥିଲେ। ଟୋଲ୍ ପ୍ଲାଜାରେ ଫି ପଇଠ କରିବାକୁ କର୍ମଚାରୀମାନେ ଦାବି କରିଥିଲେ। କିନ୍ତୁ ବୁଲଡୋଜର ଚାଳକ ଟଙ୍କା ପଇଠ କରିବା ବଦଳରେ ପ୍ଲାଜାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା। ବୁଲଡୋଜର ମାଡ଼ରେ ପ୍ଲାଜାର ଏକ ପ୍ରକୋଷ୍ଠ ଚୂରମାର ହୋଇଯାଇଛି। ଏହି ଘଟଣାର ଭିଡିଓ ସଂପ୍ରତି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp