ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବାଧୀନତା ଦିବସ ଭାଷଣ ଅନୁସାରେ, ୨୩ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ସରକାରୀ ଚାକିରି ଲାଗି ସାକ୍ଷାତ୍‌କାର ଉଚ୍ଛେଦ କରିଛନ୍ତି

ନୂଆଦିଲ୍ଲୀ: ଶନିବାର ଦିନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ସରକାରୀ ଚାକିରି ଲାଗି ମନୋନୟନ ନିମନ୍ତେ ଏପର୍ଯ୍ୟନ୍ତ ୨୩ ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ସାକ୍ଷାତ୍‌କାର ଉଚ୍ଛେଦ କରିସାରିଲେଣି।

କାର୍ମିକ ମନ୍ତ୍ରାଳୟ ଦ୍ବାରା ଜାରି ଏକ ବିବୃତି ଅନୁସାରେ, ଗ୍ରୁପ୍-ବି (ଅଣଗେଜେଟେଡ୍‌) ଏବଂ ଗ୍ରୁପ୍-ସି ପଦବୀ ଲାଗି ୨୦୧୬ରୁ କେନ୍ଦ୍ର ସରକାରଙ୍କ ସାକ୍ଷାତ୍‌କାର ଉଚ୍ଛେଦ ଏହା ହେଉଛି କ୍ରମାନ୍ବୟତା

୨୦୧୫ରେ ସ୍ବାଧୀନତା ଦିବସ ଅବସରରେ ନୂଆଦିଲ୍ଲୀର ଲାଲ୍‌ କିଲା ପ୍ରାଚୀର ଉପରୁ ଉଦ୍‌ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ୍‌କାର ଉଚ୍ଛେଦ କରି ଚାକିରି ମନୋନୟନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଲିଖିତ ପରୀକ୍ଷାଭିତ୍ତିକ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ। ଏହାର କାରଣ ଦର୍ଶାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଜଣେ ପ୍ରାର୍ଥୀଙ୍କ ପାଖକୁ ସାକ୍ଷାତ୍‌କାର ପରୀକ୍ଷା ଲାଗି ଡାକରା ଗଲେ ତାଙ୍କର ସମଗ୍ର ପରିବାର ଆଶଙ୍କା ଏବଂ ଉଦ୍‌ବେଳନରେ ଅସ୍ତବ୍ୟସ୍ତ ହୋଇଯାଉଛନ୍ତି।

Image Courtesy of JK Media

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶ ଅନୁସାରେ, ‘ଡିପାର୍ଟମେଣ୍ଟ୍‌ ଅଫ୍ ପର୍ସନାଲ୍ ଆଣ୍ଡ୍ ଟ୍ରେନିଙ୍ଗ୍’ କାର୍ଯ୍ୟ ତ୍ବରାନ୍ବିତ କରି କେନ୍ଦ୍ର ସରକାରୀ ଚାକିରି ନିମନ୍ତେ ତିନି ମାସ ମଧ୍ୟରେ ସାକ୍ଷାତ୍‌କାର ପ୍ରକ୍ରିୟା ‌ଉଚ୍ଛେଦର ସମଗ୍ର ପ୍ରକ୍ରିୟା ଶେଷ କରିବା ସହ ୨୦୧୬ ଜାନୁଆରି ୧ ରୁ ତାହା କାର୍ଯ୍ୟକାରୀ କରିଥିଲା।

ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ରାଜ୍ୟ ଏହି ନିୟମକୁ ତୁରନ୍ତ ପ୍ରଣୟନ କରିଥିବା ବେଳେ ଅନ୍ୟ କେତେକ ରାଜ୍ୟ ଏଥିପାଇଁ କୁଣ୍ଠାବୋଧ କରିଥିଲେ। କିନ୍ତୁ, ବାରମ୍ବାର ତାଗିଦା ପଠାଯିବା ପରେ ୨୮ ରାଜ୍ୟରୁ ସମ୍ପ୍ରତି ୨୩ ରାଜ୍ୟ ଏହି ନିୟମ ଲାଗୁ କଲେଣି। ଜମ୍ମୁ ଓ କଶ୍ମୀର ସମେତ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ସାକ୍ଷାତ୍କାର ଉଚ୍ଛେଦ ନିୟମ ଲାଗୁ କରିଛନ୍ତି।

ସମ୍ବନ୍ଧିତ ଖବର