ମୁମ୍ବାଇ: ମୁମ୍ବାଇରେ ଲଗାତାର ୨ ଦିନ ଧରି ସଂକ୍ରମଣ ମାମଲା ୭୦୦ ଉପରେ ରହିଛି। ମୁମ୍ବାଇରେ ଆଜି ପୁଣି ୭୦୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୁମ୍ବାଇ ପାଇଁ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ହୋଇଛି। ମହାରାଷ୍ଟ୍ରରେ କରୋନାର ଚତୁର୍ଥ ଲହର ଭୟ ଦେଖାଦେଇଛି। ମେ’ ୧ରେ ମହାରାଷ୍ଟ୍ରରେ ୧୬୯ ନୂ୍ଆ ମାମଲା ଥିଲା କିନ୍ତୁ ମେ’ ୩୧ ରେ ରାଜ୍ୟରେ ଦୈନିକ ସଂକ୍ରମଣ ୭୧୧କୁ ବୃଦ୍ଧି ପାଇଥିଲା। ଗତକାଲି ରାଜ୍ୟରେ ୧୦୮୧ ନୂଆ ମାମଲା ଚିହ୍ନଟ ହୋଇଥିଲା। ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଆଜି ସ୍ପେସାଲ ଟାସ୍କ ଫୋର୍ସ୍ ସହ ଏକ ଜରୁରୀ ବୈଠକ କରିଛନ୍ତି। ମୁମ୍ବାଇରେ କୋଭିଡ୍ ପଜିଟିଭ୍ ହାର ୮ ପ୍ରତିଶତରୁ ଅଧିକ ରହିଛି। ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟାରେ ୩,୭୧୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୩୧,୬୪,୫୪୪। ଦେଶରେ ସକ୍ରିୟ ମାମଲା ୧୯,୫୦୯। ଗତ ୨୪ ଘଣ୍ଟାରେ ୫ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ମୋଟ୍ ମୃତ୍ୟୁସଂଖ୍ୟା ୫,୨୪,୬୪୧ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୫ ପ୍ରତିଶତ ଏବଂ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ ରହିଛି। ଦେଶରେ ଦୈନିକ ପଜିଟିଭ୍ ହାର ୦.୮୪ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୦.୬୭ ପ୍ରତିଶତ ରହିଛି।
ମହାରାଷ୍ଟ୍ରରେ କରୋନା ଚତୁର୍ଥ ଲହର ଭୟ: ମୁମ୍ବାଇରେ ଲଗାତାର ୨ ଦିନ ଧରି ସଂକ୍ରମଣ ୭୦୦ ଉପରେ
ସ୍ପେସାଲ୍ ଟାସ୍କ୍ଫୋର୍ସ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
/sambad/media/post_attachments/wp-content/uploads/2022/05/Corona-Virus-2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)