ମହାରାଷ୍ଟ୍ରରେ ଗୋଷ୍ଠୀ ସଂକ୍ରମଣ!

ମହାରାଷ୍ଟ୍ର ପୁଲିସରେ ସଂକ୍ରମଣ ବଢ଼ୁଛି, ୨୪ ଘଣ୍ଟାରେ ୨୨୧ ପୁଲିସ ଆକ୍ରାନ୍ତ

ନୂଆଦିଲ୍ଲୀ: ମୁମ୍ବାଇର କିଛି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି। କେବଳ ମୁମ୍ବାଇ ନୁହେଁ, ରାଜ୍ୟର ଅନ୍ୟ କିଛି ଅଂଶ‌ରେ ମଧ୍ୟ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ କିଛି ପ୍ରମାଣ ରହିଛି ବୋଲି ରାଜ୍ୟର ଜଣେ ପ୍ରମୁଖ ସ୍ବାସ୍ଥ୍ୟ ଅଧିକାରୀ ଡ. ପ୍ରଦୀପ ଅୱତେ କହିଛନ୍ତି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମାମଲା ଯେଭଳି ବଢ଼ିଚାଲିଛି ତାହା ଦେଶର ଅନ୍ୟ ଅଞ୍ଚଳ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ମୁମ୍ବାଇ ଏବେ ଦେଶରେ ଭାଇରସ୍‌ ହଟ୍‌ସ୍ପଟ୍‌ ପାଲଟିଛି।

ମୁମ୍ବାଇରେ ଜନସଂଖ୍ୟା ଅଧିକ ରହିଛି। ଦେଶର ଅନ୍ୟ ମେଟ୍ରୋ ତୁଳନା‌ରେ ମୁମ୍ବାଇର ସାମାଜିକ-ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ରହିଛି। ପ୍ରତି ବର୍ଗ କିମି ଅଞ୍ଚଳରେ ଏଠାରେ ୨୦,୦୦୦ ଲୋକ ରହୁଛନ୍ତି। ଏହି କାରଣ ପାଇଁ ମୁମ୍ବାଇରେ ସଂକ୍ରମଣ ବଢ଼ି ଚାଲିଛି ବୋଲି ଅୱତେ କହିଛନ୍ତି। ତେବେ‌ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନା’ ତାହା ଜାଣିବା ପାଇଁ ପ୍ରତିଟି ମାମଲାକୁ ଭଲଭାବେ ଅଧ୍ୟୟନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଦେଶରେ ସବୁଠୁ କ୍ଷତିଗ୍ରସ୍ତ ରାଷ୍ଟ୍ର ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୨୨ ହଜାର ଟପିଛି। ରାଜ୍ୟରେ ୮୩୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୧୯୯ ଜଣ ଆରୋଗ୍ୟ ହୋଇଛନ୍ତି। ତେବେ କେବଳ ମୁମ୍ବାଇରୁ ୧୨ହଜାରରୁ ଅଧିକ ମାମଲା ରିପୋର୍ଟ କରାଯାଇଛି। ମୁମ୍ବାଇ ପରେ ଥାନେ ଏବଂ ପୁନେ ସବୁଠୁ ଅଧିକ ପ୍ରଭାବିତ ସହର।

ମୁମ୍ବାଇ: କୋଭିଡ-୧୯ରେ ଦେଶର ସବୁଠୁ କ୍ଷତିଗ୍ରସ୍ତ ରାଜ୍ୟ ହେଉଛି ମହାରାଷ୍ଟ୍ର। କରୋନା ବିରୋଧରେ ଲଢ଼ୁଥିବା ଆଗଧାଡ଼ିର ଯୋଦ୍ଧା ବି ଏଠାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ। ମହାରାଷ୍ଟ୍ର ପୁଲିସରେ ସଂକ୍ରମଣ ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ମହାରାଷ୍ଟ୍ର ପୁଲିସରେ ୨୨୧ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ମହାରାଷ୍ଟ୍ର ପୁଲିସରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ଟପିଛି। ସମୁଦାୟ ୧୦୦୭ ଜଣ ମହାରାଷ୍ଟ୍ର ପୁଲିସରେ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୯୦୧ ପୁଲିସ ଥିବା ବେଳେ ୧୦୬ ପୁଲିସ ଅଧିକାରୀ ଅଛନ୍ତି। ତେବେ ମହାରାଷ୍ଟ୍ରରେ ମୁମ୍ବାଇ ପୁଲିସ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମୁମ୍ବାଇ ପୁଲିସରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ହେବାକୁ ବସିଛି। ସୋମବାର ସକା‌ଳ ସୁଦ୍ଧା ମୁମ୍ବାଇ ପୁଲିସରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ ଥିଲା। ମହାରାଷ୍ଟ୍ର ପୁଲିସରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୪ ଜଣ ମୁମ୍ବାଇର ହୋଇଥିବା ବେଳେ ପୁନେ, ସୋଲାପୁର ଏବଂ ନାସିକ୍‌ର ଗ୍ରାମାଞ୍ଚଳରୁ ଜଣେ ଲେଖାଏଁ ପୁଲିସ କର୍ମୀଙ୍କ ମୃତ୍ୟୁ ହୋଇଛି। ସମୁଦାୟ ୧୧୩ ଜଣ ପୁଲିସ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର