ନୂଆଦିଲ୍ଲୀ: ମଣିପୁରରେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ଏବଂ ବିଜେପି ମଧ୍ୟରେ ମେଣ୍ଟ ଭାଙ୍ଗିଯାଇଛି। ଏନପିପି ବିରେନ ସିଂ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଲେଖିଥିବା ଚିଠିରେ ଏନପିପି କହିଛି ଯେ ମଣିପୁରରେ ହିଂସା ରୋକିବାରେ ବିରେନ ସିଂହଙ୍କ ସରକାର ବିଫଳ ହୋଇଛନ୍ତି। ଏହି କାରଣରୁ ସରକାରରୁ ସମର୍ଥନ ପ୍ରତ୍ୟାହାର କରାଗଲା । ତେବେ ଏହା ଦ୍ବାରା ବିଜେପି ସରକାର ପ୍ରତି କୌଣସି ବିପଦ ନାହିଁ । କାରଣ ୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭାରେ ବିଜେପିର ୩୨ ସଦସ୍ୟ ଅଛନ୍ତି । ମଣିପୁର ବିଧାନସଭାରେ ଏନପିପିର ୭ ଜଣ ସଦସ୍ୟ ଅଛନ୍ତି ।
ତେବେ ଏହା ଦ୍ବାରା ବିଜେପି ସରକାର ପ୍ରତି କୌଣସି ବିପଦ ନାହିଁ । କାରଣ ୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭାରେ ବିଜେପିର ୩୨ ସଦସ୍ୟ ଅଛନ୍ତି । ମଣିପୁର ବିଧାନସଭାରେ ଏନପିପିର ୭ ଜଣ ସଦସ୍ୟ ଅଛନ୍ତି ।
କୋନରାଡ୍ ସାଙ୍ଗମାଙ୍କ ନେତୃତ୍ୱାଧୀନ ନ୍ୟାସନାଲ ପିପୁଲ୍ସ ପାର୍ଟି ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛି । ମଣିପୁର ରାଜ୍ୟ ସରକାରଙ୍କ ସଙ୍କଟ ମୁକାବିଲା ଓ ନିରୀହ ଜୀବନ ହାନିକୁ ନେଇ ଅସନ୍ତୋଷ ପ୍ରକାଶ କରି ଦଳ ତୁରନ୍ତ ସମର୍ଥନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଏନପିପି ପକ୍ଷରୁ ଜାରି ଏକ ଚିଠିରେ କୁହାଯାଇଛି ଯେ, ଆମେ ଦୃଢ଼ ଭାବରେ ବିଶ୍ୱାସ କରୁଛୁ ଯେ ବୀରନ ସିଂହଙ୍କ ନେତୃତ୍ୱାଧୀନ ମଣିପୁର ସରକାର ସଙ୍କଟର ସମାଧାନ ଏବଂ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟାସନାଲ ପିପୁଲ୍ସ ପାର୍ଟି ମଣିପୁରରେ ବିରଣ ସିଂହଙ୍କ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ପୁଣି ଥରେ ମଣିପୁରରେ ହିଂସା କାଣ୍ଡ ଘଟିଛି, ଯେଉଁଠାରେ ଗତ ବର୍ଷ ମେ ମାସରୁ ମେଇତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଜାରି ରହିଛି, ଯେଉଁଥିରେ ମୃତ୍ୟୁ ଘଟିଛି। ୩ ଜଣ ଶିଶୁ ଓ ୩ ଜଣ ମହିଳାଙ୍କ ମୃତ୍ୟୁ ପରେ ଅଞ୍ଚଳରେ ବିକ୍ଷୋଭ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/17/28Is0xnX7IirnILwPDPP.jpg)