ହାଡ଼ଭଙ୍ଗା ଶୀତରେ ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ପାଇଁ ଉଷ୍ମ ରହୁଥିବା ଟେଣ୍ଟ ତିଆରି କଲେ ସୋନମ୍ ୱାଙ୍ଗଚୁକ

ନୂଆଦିଲ୍ଲୀ: ବଲିଉଡର ସବୁଠାରୁ ବଡ଼ ବ୍ଲକବଷ୍ଟର ଫିଲ୍ମ ଭାବେ ଜଣାଶୁଣା ୩-ଇଡିଅଟରେ ଥିବା ଅଭିନେତା ଆମୀର ଖାନଙ୍କ ଚରିତ୍ର ଆପଣମାନଙ୍କର ମନେ ଥିବ ନିଶ୍ଚୟ। ଜଣେ କଲେଜ ଛାତ୍ର ଜୀବନକୁ କେମିତି ଉପଭୋଗ କରିବାକୁ ହୁଏ ଏବଂ ପାଠକୁ କିଭଳି ପଢ଼ିବାକୁ ହୁଏ ସେ ବିଷୟରେ ଫିଲ୍ମରେ ଜଣାଇଥିଲେ ଆମୀର ଖାନ। ଫିଲ୍ମରେ ସେ ଲଦାଖର ଇଞ୍ଜିନିୟର ସୋନମ ୱାଙ୍ଗୁଚୁକଙ୍କ ଜୀବନ ବିଷୟରେ ନିଜ ଦର୍ଶକଙ୍କୁ ଦେଖାଇଥିଲେ। ୩-ଇଡିଅଟ ଫିଲ୍ମ ପରେ ଏବେ ଇଞ୍ଜିନିୟର ସୋନମ ୱାଙ୍ଗଚୁକ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଅଧିକ ଉଚ୍ଚତାରେ ହାଡ଼ଭଙ୍ଗା ଶୀତକୁ ସହି ଦେଶକୁ ସୁରକ୍ଷା ଦେଉଥିବା ଭାରତୀୟ ଯବାନଙ୍କ ପାଇଁ ‘ମୋବାଇଲ ସୋଲାର-ପାୱାର ଟେଣ୍ଟ’ କରି ଏବେ ସେ ପ୍ରଶଂସାର ପାତ୍ର ବନିଛନ୍ତି ସୋନମ ୱାଙ୍ଗୁଚୁକ।

‘ମୋବାଇଲ ସୋଲାର-ପାୱାର ଟେଣ୍ଟ’ ତିିଆରି କରିବା ପଛର କାରଣ ପଚରାଯିବା ପରେ ସେ କହିଛନ୍ତି ଯେ, ଉଚ୍ଚ ପାହାଡ଼ରେ ହାଡ଼ଭଙ୍ଗା ଶୀତରେ ଭାରତର ୫୦,୦୦୦ ସୈନ୍ୟ ଦେଶକୁ ସୁରକ୍ଷା ଦେଉଥିବା ଜାଣି ମୁଁ ଏଭଳି ଟେଣ୍ଟ ତିଆରି କରିବାକୁ ଭାବିଥିଲି। ଯେତେବେଳେ ହାଡ଼ଭଙ୍ଗା ଶୀତରେ ଯବାନମାନଙ୍କୁ ନିୟୋଜିତ କରାଯାଏ, ସେମାନଙ୍କୁ କପଡ଼ାରେ କିମ୍ବା ଲୁହା ନିର୍ମିତ ଟେଣ୍ଟରେ ରହିବାକୁ ପଡ଼େ। ଏହା ସହ ଟେଣ୍ଟକୁ ଉଷ୍ମ ରଖିବା ପାଇଁ  ଲକ୍ଷ ଲକ୍ଷ ଲିଟର କିରୋସିନି ବ୍ୟବହାର କରାଯାଏ। ଏହା ଏକ ମହଙ୍ଗା ବ୍ୟାପାର ହେବା ସହ  ପରିବେଶ ପ୍ରଦୂଷଣ କରିଥାଏ ଏବଂ ବହୁ ଉଚ୍ଚତାରେ ଥିବା ଗ୍ଲାସିଅର୍ ଉପରେ ପ୍ରଭାବ ପକାଇଥାଏ। ଏସବୁ ସମସ୍ୟାକୁ ନଜରରେ ରଖି ମୁଁ ସୌର ଉତ୍ତପ୍ତ ଆଶ୍ରୟସ୍ଥଳ ବିକାଶ କରିବାକୁ ଚିନ୍ତା କରିଥିଲି।

ଗତ ୨୫ବର୍ଷ ହେଲାଣି ସେ ଏହା ଉପରେ ଗବେଷଣା କରୁଥିବା ବେଳେ ଏବେ ତାଙ୍କୁ ସଫଳତା ମିଳିଛି। ସେ ତିଆରି କରିଥିବା ସୋଲାର ଟେଣ୍ଟ‌କୁ ଦୁଇ ଭାଗ କରାଯାଇଛି। ସୋଲାର ଟେଣ୍ଟ‌ରେ ଗୋଟେ ଗ୍ରୀନ ହାଉସ ଥିବା ବେଳେ ଅନ୍ୟଟି ଯବାନମାନଙ୍କ ପାଇଁ ଶୋଇବା କକ୍ଷ ରଖାଯାଇଛି, ଯାହାର ତାପମାତ୍ରା ରହିଛି ୧୫ଡିଗ୍ରୀ ସେଲସିୟମ। ଦୁଇଟି କକ୍ଷ ମଧ୍ୟରେ ଗୋଟେ କାନ୍ଥ ରଖାଯାଇଛି, ଯାହାକୁ ହିଟ୍ ବ୍ୟାଙ୍କ ବୋଲି କୁହାଯାଉଛି। ଟେଣ୍ଟରେ ଥିବା ଗ୍ରୀନ ହାଉସରେ ଯବାନମାନେ ବସି ନିଜର କାମ କରି ପାରିବେ ଏବଂ ଶୋଇବା କକ୍ଷରେ ବିିଶ୍ରାମ ନେଇ ପାରିବେ। ଭାରତୀୟ ସେନା ସହିତ ଘନିଷ୍ଠ ସମନ୍ୱୟ ଏବଂ ସହଯୋଗରେ ଏହି ଟେଣ୍ଟର ପରିକଳ୍ପନା କରାଯାଉଛି।

ସମ୍ବନ୍ଧିତ ଖବର