ପ୍ରୟାଗରାଜ : ପ୍ରୟାଗରାଜଠାରେ ଚାଲିଛି ସନାତନ ଧର୍ମର ସବୁଠାରୁ ବଡ଼ ସମାରୋହ ମହାକୁମ୍ଭ । କୋଟି କୋଟି ଲୋକ ଦେଶବିଦେଶରୁ ଆସି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି । ଅନେକ ଲୋକ ନିଜର ବୃଦ୍ଧ ପିତାମାତାଙ୍କୁ ଆଣି ବୁଡ଼ ପକାଉଛନ୍ତି । କେତେକ ଲୋକ ଗରିବ ହେଲେ ମଧ୍ୟ ଭାରରେ ନିଜର ପିତାମାତାଙ୍କୁ ମହାକୁମ୍ଭକୁ ଆଣୁଛନ୍ତି । ଜାତି ବର୍ଣ୍ଣ ନିର୍ବିଶେଷରେ ସବୁ ସନାତନୀ ମହାକୁମ୍ଭରେ ଶ୍ରଦ୍ଧାର ସହ ଏକାଠି ହେଉଛନ୍ତି । କିନ୍ତୁ ଏସବୁ ଲୋକଙ୍କ ମଧ୍ୟରେ କିଛି ଭିନ୍ନ ଧରଣର ଲୋକ ମଧ୍ୟ ଅଛନ୍ତି । ସେମାନେ ଏକ ଭିନ୍ନ ଉଦ୍ଦେଶ୍ୟରେ ଆସୁଛନ୍ତି । ସେମାନେ ସାଙ୍ଗରେ ନିଜର ବୃଦ୍ଧ ପିତାମାତାଙ୍କୁ କୁମ୍ଭକୁ ଆଣୁଛନ୍ତି ଓ ସେମାନଙ୍କୁ ଅସହାୟଭାବେ ଛାଡ଼ି ଚାଲିଯାଉଛନ୍ତି । 

Advertisment

ଏପରି ଏକ ଘଟଣା ନିକଟରେ ମହାକୁମ୍ଭରେ ଘଟିଛି । ଯାହାକୁ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ରେଖା ଦ୍ବିବେଦୀ ନାମକ ୮୦ ବର୍ଷର ବୃଦ୍ଧାଙ୍କୁ ତାଙ୍କର ପୁଅମାନେ ମହାକୁମ୍ଭରେ ଛାଡ଼ି ଚାଲିଯାଇଛନ୍ତି । ଅସହାୟଭାବେ ମହାକୁମ୍ଭରେ ପ୍ରାୟ ୩ ଦିନ ବୁଲିବାପରେ ତାଙ୍କୁ ଗଣମାଧ୍ୟମର ସହାୟତାରେ ପ୍ରଶାସନ ଉଦ୍ଧାର କରିଛି । 

ବୃଦ୍ଧାଙ୍କର ୪ ପୁଅ, ସମସ୍ତଙ୍କୁ ପାଳିପୋଷୀ ଶିକ୍ଷିତ କରି ପ୍ରତିଷ୍ଠିତ କରିଛନ୍ତି । ଜଣେ ପୁଅ ହାଇକୋର୍ଟ ଓକିଲ, ଆଉ ଜଣେ ଅଧ୍ୟାପକ, ଆଉ ଦୁଇ ପୁଅ ଘରୋଇ କମ୍ପାନିରେ ଚାକିରି କରୁଛନ୍ତି । କିନ୍ତୁ ନିଜ ବୁଢୀମାଙ୍କୁ ପୋଷିବା ପାଇଁ କାହାର ସମୟ ନାହିଁ । ବୃଦ୍ଧାଙ୍କୁ ଉଦ୍ଧାର କରିବା ପରେ ପ୍ରଶାସନ ପକ୍ଷରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବୃଦ୍ଧାଙ୍କର ୪ ପୁଅ, ସମସ୍ତଙ୍କୁ ପାଳିପୋଷୀ ଶିକ୍ଷିତ କରି ପ୍ରତିଷ୍ଠିତ କରିଛନ୍ତି । ଜଣେ ପୁଅ ହାଇକୋର୍ଟ ଓକିଲ, ଆଉ ଜଣେ ଅଧ୍ୟାପକ, ଆଉ ଦୁଇ ପୁଅ ଘରୋଇ କମ୍ପାନିରେ ଚାକିରି କରୁଛନ୍ତି । କିନ୍ତୁ ନିଜ ବୁଢୀମାଙ୍କୁ ପୋଷିବା ପାଇଁ କାହାର ସମୟ ନାହିଁ । ବୃଦ୍ଧାଙ୍କୁ ଉଦ୍ଧାର କରିବା ପରେ ପ୍ରଶାସନ ପକ୍ଷରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେତେକ ଗଣମାଧ୍ୟମ ପକ୍ଷରୁ ରେଖାଙ୍କ ଜଣେ ପୁଅକୁ ଫୋନ କରିବାରୁ ସେ କହିଥିଲେ, “ଆମର ତା ସହିତ କିଛି କାମ ନାହିଁ, ନମସ୍କାର ! “  ଏହା ପରେ ସେ ଫୋନ କାଟିଦେଇଥିଲେ । 

ଏସବୁ ସତ୍ତ୍ବେ ବୃଦ୍ଧା ତାଙ୍କ ପୁଅମାନଙ୍କୁ ଦୋଷ ଦେଉନାହାନ୍ତି । ସେମାନେ ଅସହାୟ ବୋଲି ସେ କହିଛନ୍ତି । ସେ ଏବେ ବି ଏହି ଆଶାରେ ଅଛନ୍ତି ଯେ ତାଙ୍କ ପୁଅମାନେ ଆସି ତାଙ୍କୁ ନେଇଯିବେ ।