ଜୟପୁର: ରାଜସ୍ଥାନର କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ଙ୍କ ମଧ୍ୟରେ ଆରମ୍ଭ ହୋଇ ଥିବା ରାଜନୈତିକ ବିବାଦ ସଂପ୍ରତି ନ୍ୟାୟାଳୟରେ ପହଞ୍ଚି ସରିଥିବା ବେଳେ ଏହାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ରାଜନୈତିକ ଡ୍ରାମାରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛିବାକୁ ଆରମ୍ଭ କରିଛି।
ଆଜି ଏକ ନୂତନ ଘଟଣାକ୍ରମରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତଙ୍କ ସହ ବିଦ୍ରୋହୀ କଂଗ୍ରେସ ବିଧାୟକ ଭଓ୍ଵଁର ଲାଲ ଶର୍ମା ରାଜସ୍ଥାନରେ କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। କଂଗ୍ରେସ ଅଭିଯୋଗ କରିଛି ଯେ ବିଦ୍ରୋହୀ ବିଧାୟକମାନେ ଅଶୋକ ଗେହଲଟ ସରକାରଙ୍କ ବିରୋଧରେ ବିଜେପି ସହ ମିଶି ଷଡଯନ୍ତ୍ର କରୁଛନ୍ତି। କଂଗ୍ରେସର ଏହି ଅଭିଯୋଗ ପରେ ପୁଲିସ୍ ନିକଟରେ ମଧ୍ୟ ଦୁଇଟି ଏଫ୍ଆଇଆର୍ ଦାଖଲ କରାଯାଇଛି। ଏହି ମାମଲାରେ ପୁଲିସ୍ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଥିବା ଜାଣିବାକୁ ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ଅନ୍ୟ ଦୁଇଜଣ ବିଦ୍ରୋହୀ ବିଧାୟକ ଭଓ୍ଵଁର ଲାଲ ଶର୍ମା ଏବଂ ବିଶ୍ୱଭେନ୍ଦ୍ର ସିଂଙ୍କୁ ମଧ୍ୟ ଦଳରୁ ନିଲମ୍ବିତ କରିଛି କଂଗ୍ରେସ।
କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି ଯେ ଦୁଇଟି ଅଡିଓ ରେକର୍ଡିଂ ସାମ୍ନାକୁ ଆସିଛି ଯେଉଁଥିରେ ବିଜେପି ନେତାଙ୍କ ସହ ଆଲୋଚନାରେ ଭଓ୍ଵଁର ଲାଲ ଶର୍ମାଙ୍କ କଥାବାର୍ତ୍ତା ଶୁଣିବାକୁ ମିଳିଛି। ଦଳ ଦାବି କରିଛି ଯେ ଗୋଟିଏ ସ୍ୱର ରାଜସ୍ଥାନର ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାଓ୍ଵତଙ୍କର।
/sambad/media/post_attachments/wp-content/uploads/2020/07/A1-7.jpg)
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଶେଖାଓ୍ଵତ୍ ଏହାକୁ ଅସ୍ୱୀକାର କରିବା ସହ ଆବଶ୍ୟକ ପଡ଼ିଲେ ସମସ୍ତ ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାଓ୍ଵତ।