ଜୟପୁର: ଉତ୍ତରପ୍ରଦେଶରେ ହାଥରାସ୍ ଗଣଦୁଷ୍କର୍ମ ଘଟଣାକୁ ନେଇ ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଆଜି ରାଜସ୍ଥାନରେ ପୁଣି ଏକ ଗଣଦୁଷ୍କର୍ମ ଖବର ମିଳିଛି। ରାଜସ୍ଥାନର ବରନ୍ରୁ ୨ ଜଣ ନାବାଳିକାଙ୍କୁ ବଳପୂର୍ବକ ଅପହରଣ କରିନେବାପରେ ସେମାନଙ୍କୁ ଜୟପୁର ଏବଂ କୋଟାରେ ଲଗାତାର ୩ ଦିନ ଧରି ଗଣଦୁଷ୍କର୍ମ କରାଯାଇଛି। ୧୩ ଏବଂ ୧୫ ବର୍ଷୀୟା ୨ ଜଣ ନାବାଳିକାଙ୍କୁ ୨ ଜଣ ନାବାଳାକ ଏବଂ ଅନ୍ୟ ୩ ଜଣଙ୍କ ଦ୍ବାରା ଗଣଦୁଷ୍କର୍ମ କରାଯାଇଥିଲା ବୋଲି ସେମାନଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ନାବାଳିକା ପୀଡ଼ିତାଙ୍କ ବାପା କହିଛନ୍ତି, ସେପ୍ଟେମ୍ବର ୧୮ ରାତିରେ ୨ ଅଭିଯୁକ୍ତ ସେମାନଙ୍କ ଝିଅକୁ ପ୍ରଲୋଭିତ କରି କୁଆଡ଼େ ନେଇ ଯାଇଥିଲେ। ୨ ନାବାଳକ ଏବଂ ପରେ ଅନ୍ୟ ୩ ଜଣ ସେମାନଙ୍କୁ ଗଣଦୁଷ୍କର୍ମ କରିଥିଲେ। ତେବେ ସେପ୍ଟେମ୍ବର ୨୧ ତାରିଖରେ ୨ ନାବାଳିକାଙ୍କୁ କୋଟାରୁ ଉଦ୍ଧାର କରାଯାଇଥିଲା। ପୁଲିସ ଦାବି କରୁଛି ଯେ, ପୀଡ଼ିତା ନାବାଳିକା ପ୍ରଥମେ ସେମାନଙ୍କ ବିବୃତିରେ ଦୁଷ୍କର୍ମର ଶିକାର ହୋଇନଥିବା କହିଥିଲେ। କିନ୍ତୁ ପରେ ସେମାନେ ଗଣମାଧ୍ୟମରେ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଥିଲା ବୋଲି କହିଛନ୍ତି। ଅଭିଯୁକ୍ତମାନେ ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମାରିଦେବାପାଇଁ ଧମକ ଦେଉଛନ୍ତି ବୋଲି ଆଜି ପୁଲିସରେ ଅଭିଯୋଗ ହୋଇଛି।
ରାଜସ୍ଥାନରେ ୨ ନାବାଳିକାଙ୍କୁ ୩ ଦିନ ଧରି ଗଣଦୁଷ୍କର୍ମ
/sambad/media/post_attachments/wp-content/uploads/2020/09/rape-1-580x395.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)