ସଂକ୍ଷେପରେ…

ଯେଉଁମା‌ନେ ତାଜମହଲର ମୁଖ୍ୟ ସମାଧି ଦେଖିବାକୁ ଚାହିବେ ସେମାନଙ୍କୁ ଆସନ୍ତା ସୋମବାରଠାରୁ ୨୦୦ ଟଙ୍କା ଦେଇ ଏକ ଅତିରିକ୍ତ ଟିକେଟ୍‌ କିଣିବାକୁ ପଡ଼ିବ। ଯେଉଁ ଦର୍ଶକ ୫୦ ଟଙ୍କା ଦେଇ ଟିକେଟ୍‌ କିଣିବେ ସେମାନେ ମୁଖ୍ୟ ସମାଧିକୁ ଯାଇ ପାରିବେନି। ଘରୋଇ ପର୍ଯ୍ୟଟକ ମାନଙ୍କ ପାଇଁ ମୁଖ୍ୟ ସମାଧି ଦେଖିବାକୁ ୨୫୦ ଟଙ୍କା ଏବଂ ବିଦେଶ ପର୍ଯ୍ୟଟକମାନଙ୍କୁ ଏଥିପାଇଁ ୧୩୦୦ ଟଙ୍କା ଦେବାକୁ ପଡ଼ିବ।
ଅଭିନେତା ଶାହିଦ କପୁର ପାକସ୍ଥଳୀ କର୍କଟରେ ପୀଡ଼ିତ ଅଛନ୍ତି ବୋଲି ଏବେ ଗୁଜବ‌ ଖେଳି ଯାଇଥିବାବେଳେ ୩୭ ବର୍ଷୀୟ ଶାହିଦ ଆଜି ନିଜେ ଏକ ଟ୍ବିଟ୍‌ ମାଧ୍ୟମରେ କହିଛନ୍ତି ଯେ ସେ ବିଲକୁଲ୍‌ ଠିକ୍‌ ଅଛନ୍ତି। ଏଭଳି ମିଛ ଗୁଜବରେ ବିଶ୍ବାସ ନ କରିବାପାଇଁ ସେ ଅନୁରୋଧ କରିଛନ୍ତି।
ଇସଲାମାବାଦ୍‌‌ରେ ଅନୁଷ୍ଠିତ ସାର୍କ ବୈଠକକୁ ଗତକାଲି ପ‌ାକିସ୍ତାନରେ ଥିବା ଭାରତୀୟ ହାଇ କମିସନ୍‌ ବର୍ଜନ କରିଛନ୍ତି। ବୈଠକରେ ପିଓକେ ମନ୍ତ୍ରୀ ଚୌଧୁରୀ ମହମ୍ମଦ ସୟିଦ ଉପସ୍ଥିତ ଥିବାରୁ ଭାରତୀୟ ହାଇ କମିସନ୍‌ ଏହାର ବିରୋଧ କରି ବୈଠକ ଛାଡ଼ି ଦେଇଥିଲେ।
ନିଜାମୁଦ୍ଦିନ୍‌ ଦରଘାକୁ ମହିଳାମାନେ କାହିଁକି ପ୍ରବେଶ କରିପାରିବେନି ବୋଲି ଏକ ଆବେଦନର ଶୁଣାଣି କରି ଆଜି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର, ଆପ୍‌ ସରକାର ଏବଂ ହଜରତ ନିଜାମୁଦ୍ଦିନ ଦରଘା ଟ୍ରଷ୍ଟ୍‌କୁ ନୋଟିସ୍‌ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର