ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୬ ତାରିଖରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବେ ଏବଂ ଏହି ଦିନ ମଧ୍ୟ ସେ ବାରଣାସୀ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ।
ଗୌତମ ଗମ୍ଭୀର ବିଜେପିରେ ଯୋଗ ଦେବାର ମାତ୍ର କିଛି ଦିନ ପରେ ଆଉ ଜଣେ କ୍ରିକେଟର୍ ଇରଫାନ୍ ପଠାନ୍ ଏବେ ରାଜନୀତିରେ ଯୋଗ ଦେବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଗତକାଲି ଭଦୋଦରାରେ ଭୋଟ୍ ଦେଇଥିବା ପଠାନ୍ କହିଛନ୍ତି ଯେ ସେ ଦେଶ ସେବାରେ ନିଜକୁ ନିୟୋଜିତ କରିବାକୁ ଚାହାନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାୟୋପିକ୍ ‘ ବାଘିନି-ବେଙ୍ଗଲ ଟାଇଗ୍ରେସ୍’ର ଟ୍ରେଲର ଏବେ ୩ଟି ୱେବସାଇଟ୍ରେ ରିଲିଜ୍ ହୋଇଥିବାରୁ ଏହାକୁ ହଟାଇବାପାଇଁ ନିର୍ବାଚନ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ସମୟରେ ମମତାଙ୍କ ବାୟୋପିକ୍ର ଟ୍ରେଲର ୱେବସାଇଟ୍ରେ ରହିଥିବାରୁ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ କରୁଛି । ତେଣୁ ଏହାକୁ ହଟାଇବାପାଇଁ ଇସି ସମ୍ପୃକ୍ତ ୱେବସାଇଟ୍ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଆସନ୍ତା ମେ’ ୩ ତାରିଖରେ ମମତାଙ୍କ ବାୟୋପିକ୍ ରିଲିଜ୍ ହେବାକୁ ଯାଉଛି। ତେବେ ନିର୍ବାଚନ ସମୟରେ ଫିଲ୍ମ ରିଲିଜ୍ ଉପରେ ରୋକ ଲଗାଇବାପାଇଁ ବିଜେପି ଏବେ ନିର୍ବାଚନ କମିସନ୍ଙ୍କ ଦ୍ବାରସ୍ଥ ହୋଇଛି।
ବେଆଇନ ଖଣି ଦୁର୍ନୀତି ମାମଲାରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବହିଷ୍କୃତ ଡିଏମ୍କେ ନେତା ଏମ୍କେ ଆଲାଗିରିଙ୍କ ପୁଅ ଆଲାଗିରି ଦୟାନିଧିଙ୍କର ପ୍ରାୟ ୪୦.୩୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି।
କଂଗ୍ରେସ ପାଇଁ ପ୍ରଚାର କରି କୁସ୍ତି ଯୋଦ୍ଧା ନରସିଂହ ଯାଦବ ଅଡ଼ୁଆରେ ପଡ଼ିଛନ୍ତି। ମହାରାଷ୍ଟ୍ର ପୁଲିସରେ ଯାଦବ ଏବେ କାର୍ଯ୍ୟରତ ଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସଂକ୍ଷେପରେ................
/sambad/media/post_attachments/wp-content/uploads/2019/04/campiagn-4.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)