ସଂକ୍ଷେପରେ…

ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ପଢ଼ିବାକୁ କାନାଡ଼ା ଯାଇଥିବା ପଞ୍ଜାବର ବିଶାଳ ଶର୍ମା (୨୧)ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ବିଶାଳଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।
ଏୟାରସେଲ୍‌-ମାକ୍ସିସ୍‌ ମାମଲାରେ ‌ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କ ବିରୋଧରେ ମାମଲା କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ମଞ୍ଜୁରି ମିଳିଥିବା ସିବିଆଇ ପକ୍ଷରୁ ଆଜି କୋର୍ଟଙ୍କୁ ଅବଗତ କରାଯାଇଛି।
ଆଗାମୀ ଲୋକସଭା ନିର୍ବାଚନରେ ବିରୋଧୀଙ୍କ ମହାମେଣ୍ଟର ପରିଚାଳନା ଦାୟିତ୍ବ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ଦିଆଯିବା ଆବଶ୍ୟକ ବୋଲି ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର କହିଛନ୍ତି।
କୋଲ୍‌କାତାରୁ ମୁମ୍ବାଇ ଯାଉଥିବା ଜେଟ୍‌ ଏୟାରୱେଜ୍‌ର ଏକ ବିମାନରେ ଆତଙ୍କବାଦୀ ଥିବା ନେଇ ଗୁଜବ ସୃଷ୍ଟି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ସିଆଇଏସ୍‌ଏଫ୍‌ କର୍ମୀ ଗିରଫ କରିଛନ୍ତି। ଜେ ପୋଦ୍ଦାର ନାମକ ଏହି ଯୁବକ ହ୍ବାଟ୍‌ସଆପ୍‌ ଖୋଲି ‘ବିମାନରେ ଆତଙ୍କୀ’ ଅଛନ୍ତି ବୋଲି ମିଛରେ ମେସେଜ୍‌ କରିଥିଲେ। ପାଖ ସିଟ୍‌ରେ ବସିଥିବା ଜଣେ ବିଦେଶୀ ଏ ବାବଦରେ କର୍ମଚାରୀଙ୍କୁ ଜଣାଇଥିଲେ।
ଅଯୋଧ୍ୟା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ସୁପ୍ରିମ୍‌ କୋର୍ଟଙ୍କ ପାଇଁ ମାନହାନି ଭଳି ହୋଇଛି ବୋଲି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ୍‌ କହିଛନ୍ତି। ଅଯୋଧ୍ୟା ବିବାଦ ଶୁଣାଣିକୁ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଗଡ଼ାଇଦେବା ଲାଗି କଂଗ୍ରେସ ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କୁ ଧମକାଇଥିବା ଗତକାଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର