ସଂକ୍ଷେପରେ…

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ପକ୍ଷରୁ ପ୍ରକ‌ାଶ ପାଇଥିବା ‘ଗାନ୍ଧୀ ଆଣ୍ଡ୍‌ ହେଲ୍‌ଥ@୧୫୦’ପୁସ୍ତକରେ ଅନେକ ଅଜଣା କଥା ଜାଣିବାକୁ ମିଳିଛି। ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଖୁବ୍‌ ଖରାପ ଥିଲା। ଏପରିକି ଜୀବନକାଳ ମଧ୍ୟରେ ସେ ଅନେକ ରୋଗର ଶିକାର ହୋଇଥିଲେ ବୋଲି ଏଥିରେ ଉଲ୍ଲେଖ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଲୱାମା ଆକ୍ରମଣ ସମୟ‌ରେ ବିଫ୍‌ ବିରିଆନି ଖାଇ ଶୋଇଥିଲେ ବୋଲି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସା‌ଦଉଦ୍ଦିନ୍‌ ଅୱେସିଙ୍କ ବୟାନକୁ ନେଇ ବିବାଦ ଉପୁଜିବାପରେ ଅୱେସି ମୋଦୀଙ୍କୁ ପୁଣି ସମାଲୋଚନା କରିଛନ୍ତି। ଅୱେସି କହିଛନ୍ତି ସେ ମୋଦୀଙ୍କ ଖାଦ୍ୟ ‌ଶୈଳୀ ଜାଣିନାହାନ୍ତି। ମୋଦୀ ପୁଲୱାମା ଆକ୍ରମଣ ସମୟରେ ବିଫ୍‌ ବିରିଆନି ନୁହେଁ ଢୋକଲା ଖାଇ ଶୋଇଥିଲେ ବୋଲି ଅ‌‌ୱେସି କହିଛନ୍ତି।
ଇ-ସିଗାରେଟ୍‌ ନିଷିଦ୍ଧ କରିବାପାଇଁ ୨୪ ରାଜ୍ୟ ଏବଂ ୩ କେନ୍ଦ୍ର ଶାସିତ ଅଞ୍ଚଳର ୧୦୦୦ରୁ ଊର୍ଦ୍ଧ୍ବ ଡାକ୍ତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।
ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମତଣ୍ଡୋକର ମୁମ୍ବାଇ ଉତ୍ତର ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି। ବିଜେପିର ଗୋପାଳ ସେଟ୍ଟିଙ୍କ ବିରୋଧରେ ସେ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।
ମୁମ୍ବାଇ କଂଗ୍ରେସ ମୁଖ୍ୟ ପଦରୁ ସଞ୍ଜୟ ନିରୁପମଙ୍କୁ ହଟାଇବାପରେ ଦଳ ଆଜି ଉତ୍ତର ପଶ୍ଚିମ ମୁମ୍ବାଇରୁ ସଞ୍ଜୟଙ୍କୁ ପ୍ରାର୍ଥୀ କରିଛି। ଏହା ସଞ୍ଜୟଙ୍କ ପସନ୍ଦର ଆସନ ବୋଲି କୁହାଯାଉଛି। ସଂଜୟଙ୍କ ସ୍ଥାନରେ ନୂଆ ଦାୟିତ୍ବ ଗ୍ରହଣ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମିଲିନ୍ଦ ଦେଓରା
ଗତକାଲି ବିଜେପିର ଏକ ନିର୍ବାଚନୀ ବୈଠକରେ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କରିଥିବାବେଳେ ମନ୍ତ୍ରୀ ସୁଷମା ତାଙ୍କ ମୁଣ୍ଡରେ ହାତ ଥାପି ତାଙ୍କୁ ଆଶୀର୍ବାଦ କରିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର