ଭାରତୀୟ ଜନତା ପାର୍ଟିର ୱେବ୍ସାଇଟ୍ ଆଜି ହ୍ୟାକ୍ ହେବା ଖବର ଚର୍ଚ୍ଚାରେ ରହିଥିଲା। ହ୍ୟାକର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ଥିବା ମେମେର ସ୍କ୍ରିନ୍ସଟ୍ ଛାଡ଼ି ବିଦ୍ରୁପ କରିଥିଲେ। ଖବର ପ୍ରଘଟ ହୋଇ ଗଣମାଧ୍ୟମକୁ ଯିବା ପର୍ଯ୍ୟନ୍ତ ମଧ୍ୟ ବିଜେପିର ୱେବ୍ସାଇଟ୍ ଡାଉନ୍ ରହିଥିଲା। ହ୍ୟାକ୍ ଘଟନା ଲାଗି କୌଣସି ହ୍ୟାକିଂ ସଂଗଠନ ଏ ପର୍ଯ୍ୟନ୍ତ ନିଜକୁ ଦାୟୀ କରି ନାହାନ୍ତି।
ଏଣିକି ଭାରତୀୟ ସେନାରେ ମହିଳା ଅଧିକାରୀମାନେ ସ୍ଥାୟୀ ନିଯୁକ୍ତି ପାଇପାରିବେ ବୋଲି ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟ କରିଛି। ପୂର୍ବରୁ ଭାରତୀୟ ସେନାର ଯେଉଁ ବିଭାଗରେ ମହିଳାମାନଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳୁଥିଲା ସେ ସ୍ଥାନରେ ଏଣିକି ସ୍ଥାୟୀ ନିଯୁକ୍ତି ମିଳିବ ବୋଲି ସରକାର କହିଛନ୍ତି।
କ୍ରିକେଟର ଯୁବରାଜ ସିଂହଙ୍କ ପୂର୍ବ ଶାଳୀ ଆକାଂକ୍ଷା ଶର୍ମା ଟେଲିଭିଜନ ରିଆଲିଟି ସୋ ‘ଏସ୍ ଅପ୍ ସ୍ପେସ୍’ର ପ୍ରତିଯୋଗୀ ଅଭିରାଜ ଚଡ୍ଡାଙ୍କ ପ୍ରେମରେ ପଡ଼ିଛନ୍ତି। ଉଭୟଙ୍କୁ ଏବେ ଏକାଠି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଉଭୟଙ୍କ ଚୁ୍ମ୍ବନ ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।
କଂଗ୍ରେସ ଏବେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ନେଇ ପ୍ରଶ୍ନ ଉଠାଇଛି। କଂଗ୍ରେସ ଯଦି ଏହାର ପ୍ରମାଣ ଚାହୁଛି ତା’ହେଲେ ପାକିସ୍ତାନ ଯାଇ କେତେ ଆତଙ୍କବାଦୀ ମରିଛନ୍ତି ତାହା ଗଣିବ ଦରକାର ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ।
୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେନାହିଁ ବୋଲି ଡେମ୍ରୋକ୍ରାଟିକ୍ ଦଳର ନେତ୍ରୀ ହିଲାରୀ କ୍ଲିଣ୍ଟନ କହିଛନ୍ତି। ଦଳର ପ୍ରାର୍ଥୀଙ୍କ ସଂପର୍କରେ ଉଚିତ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ବୀରତ୍ବ କାହାଣୀ ପାଠ୍ୟ ପୁସ୍ତକରେ ସ୍ଥାନିତ ହେବା ଆବଶ୍ୟକ ବୋଲି ରାଜସ୍ଥାନ ଶିକ୍ଷା ମନ୍ତ୍ରୀ କହିଛନ୍ତି। ଏ ବାବଦରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।
ସଂକ୍ଷେପରେ...
/sambad/media/post_attachments/wp-content/uploads/2019/03/application.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)