ସିଲିଗୁଡ଼ି ଯାଇଥିବା ବେଳେ ବିଗିଡ଼ିଲା କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ସିଲିଗୁଡ଼ି ଯାଇଥିବା ବେଳେ ବିଗିଡ଼ିଲା କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସ୍ବାସ୍ଥ୍ୟାବସ୍ଥା। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର ଦିନ ସିଲିଗୁଡିରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ଡାକ୍ତର ପହଞ୍ଚି ତାଙ୍କର ଚିକିତ୍ସା କରିବା ପରେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ବିଜେପି ବିଧାୟକ ନୀରଜ ଜିମ୍ବା କହିଛନ୍ତି। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ଗଡକରୀ ନିଜ କାରରେ ଦାର୍ଜିଲିଂର ସାଂସଦଙ୍କ ଘରକୁ ଯାଇଥିବା କୁହାଯାଉଛି।

“କାର୍ଯ୍ୟକ୍ରମ ଶେଷ ହେବା ପରେ ଗଡକରୀଜୀ ଅଣନିଶ୍ବାସୀ ହୋଇପଡ଼ିଥିଲେ। ପରେ ଡାକ୍ତରମାନେ ତୁରନ୍ତ ଷ୍ଟେଜ ପଛକୁ ଆସି ତାଙ୍କର ଚିକିତ୍ସା କରିଥିଲେ। ଏବେ ସେ ଫେରିଯାଇଛନ୍ତି” ବୋଲି ଜିମ୍ବା କହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ ତାଙ୍କୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦାର୍ଜିଲିଂ ସାଂସଦ ରାଜୁ ବିସ୍ତାଙ୍କ ବାସଭବନକୁ ନିଆଯାଇଛି। କିଛି ସମୟ ପରେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟକୁ ନେଇ ସ୍ପଷ୍ଟ ସୂଚନା ମିଳିବ।

ତେବେ ପଶ୍ଚିମବଙ୍ଗ ଗସ୍ତରେ ଥିବା ଗଡକରୀ ଉତ୍ତର ପଶ୍ଚିମବଙ୍ଗ ସିଲିଗୁଡିଠାରେ ୧୨୦୬କୋଟି ଟଙ୍କାର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ମୂଳଦୁଆ ପକାଇଥିଲେ।

ସମ୍ବନ୍ଧିତ ଖବର