ସିଙ୍ଗାପୁର: ଆଜି ସିଙ୍ଗାପୁରର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଗତ ବର୍ଷ କୋଭିଡରେ ମୃତ୍ୟବରଣ କରିଥିବା ଲୋକଙ୍କ ମଧ୍ୟରୁ ୩୦% ଦୁଇଟି ଲେଖାଏଁ କୋଭିଡ ଟିକା ନେଇଥିଲେ। ୨୦୨୧ ରେ ୮୦୨ ଜଣଙ୍କର କୋଭିଡଜନିତ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମଧ୍ୟରୁ ୨୪୭ଜଣ ସମ୍ପୂର୍ଣ୍ଣ ଟିକାକରଣ କରାଇଥିଲେ। ତେବେ ତାଙ୍କ ମଧ୍ୟରୁ ଅନେକ ନନ୍ ଏମ୍ଆରଏନ୍ଏ ଟିକା ନେଇଥିବା ସୂଚନା ମିଳିଛି। ସେ ଏହା ମଧ୍ୟ କହିଛନ୍ତି ଯେ ସିନୋଭାକ୍ ଟିକା ନେଇଥିବା ପ୍ରାୟ ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟ ହୋଇଛି। ସେହିପରି ସିନୋଫାର୍ମ ନେଇଥିବା ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ୭.୮% , ଫାଇଜର ନେଇଥିବା ୬.୨% ଏବଂ ମଡର୍ଣ୍ଣା ନେଇଥିବା ୧% ଲୋକଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ସିଙ୍ଗାପୁରର ୬୦ରୁ ୬୯ ବୟସର ଟିକାକରଣ ୯୬% ଏବଂ ୭୦ ବର୍ଷରୁ ଉର୍ଦ୍ଧ ଲୋକଙ୍କ ମଧ୍ୟରେ ୯୫% ଲୋକଙ୍କ ସମ୍ପୂର୍ଣ୍ଣ ଟିକାକରଣ ସରିଛି।
ସିଙ୍ଗାପୁରରେ କୋଭିଡ ମୃତକଙ୍କ ମଧ୍ୟରୁ ୩୦% ଦୁଇ ଡୋଜ୍ ଟିକା ନେଇଥିଲେ
/sambad/media/post_attachments/wp-content/uploads/2021/11/covid-dead.jpg)