୬ ମାସରେ ବୈଶ୍ବିକ ସଂକ୍ରମଣ ଦୁଇ ଗୁଣ

ନୂଆଦିଲ୍ଲୀ: ୧୮ ମାସରୁ ଅଧିକ କାଳ ହେଲା କରୋନା ମହାମାରୀ ବିରୋଧରେ ଲଢ଼େଇ ଚାଲିଛି। ଚଳିତ ମାସର ପ୍ରଥମ ସପ୍ତାହରେ ସାରା ବିଶ୍ବରେ ମୋଟ ସଂକ୍ରମଣ ସଂଖ୍ୟା ୨୦ କୋଟି ଅତିକ୍ରମ କରିଛି, ଯାହା ମାତ୍ର ଛଅମାସ ଭିତରେ ପୂର୍ବ ସଂଖ୍ୟାର ଦୁଇଗୁଣ ହୋଇଛି। ଏଥିପାଇଁ ଗତ ଫେବ୍ରୁଆରି ମାସରେ ଚିହ୍ନଟ ହୋଇଥିବା ଡେଲ୍‌ଟା ଭାରିଆଣ୍ଟ ଦାୟୀ। ଏହି ଭୂତାଣୁ ଏବେ ୧୪୦ଟି ଦେଶରେ ବ୍ୟାପିଗଲାଣି, ଯାହା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ତଥ୍ୟରୁ ଜଣାପଡ଼ିଛି। ଏ ପର୍ଯ୍ୟନ୍ତ କୋଭିଡ୍‌-୧୯ର ଯେତେ ଷ୍ଟ୍ରେନ୍ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛି, ସେଥିମଧ୍ୟରୁ ଡେଲ୍‌ଟା ଭାରିଆଣ୍ଟ ହେଉଛି ସବୁଠାରୁ ଅଧିକ ସଂକ୍ରାମକ। ଭାଇରସ୍ ଟ୍ରାକିଂ ଡାଟାବେସ୍ ଜିଆଇଏସ୍‌ଏଆଇଡିର ତଥ୍ୟ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଇଂଲଣ୍ଡ, ଆମେରିକା ଓ ଭାରତ ସମେତ ୧୪୦ଟି ଦେଶରେ ଯେତେ ନୂଆ ସଂକ୍ରମଣ ହୋଇଛି ସେଥିପାଇଁ ଡେଲ୍‌ଟା ଭାରିଆଣ୍ଟ ଦାୟୀ। ଆମେରିକାରେ ୯୬% ପ୍ରତିଶତ ଏବଂ ଇଂଲଣ୍ଡ, ଇଣ୍ଡୋନେସିଆ, ରୁଷିଆ ଓ ଭାରତରେ ପ୍ରାୟ ୧୦୦ ପ୍ରତିଶତ ଜିନୋମ୍ ସିକ୍ବେନ୍ସିଂ ପାଇଁ ଡେଲ୍‌ଟା ଭାରିଆଣ୍ଟ ଦାୟୀ।

ସମ୍ବନ୍ଧିତ ଖବର