ଚେନ୍ନାଇ: ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହରର କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣକୁ ରୋକିବା ପାଇଁ ତାମିଲନାଡୁ ସରକାର ଆସନ୍ତା ୧୦ ତାରିଖରୁ ରାଜ୍ୟରେ ଦୁଇ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିବା ପରିପ୍ରେକ୍ଷୀରେ ସରକାରଙ୍କ ପାଇଁ ଏପରି କଠୋର ପଦକ୍ଷେପ ନେବା ଅପରିହାର୍ଯ୍ୟ ହୋଇପଡ଼ିଲା ବୋଲି କୁହାଯାଇଛି। ସେହିପରି ଶୁକ୍ରବାର ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଭାବେ ବିବେଚିତ ହେଉଛି।

Advertisment

ଆସନ୍ତା ୨୪ ଯାଏ ହେବାକୁ ଥିବା ଏହି ଲକ୍‌ଡାଉନ୍‌ ବେଳେ ପ୍ରତ୍ୟହ ସକାଳୁ ମଧ୍ୟାହ୍ନ ୧୨ଟା ଯାଏ କେବଳ ପରିବା, ମାଂସ, ମାଛ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ଏବଂ ରାଜ୍ୟର ସମସ୍ତ ସରକାରୀ ମଦ୍ୟଦୋକାନ ବନ୍ଦ ରହିବ ବୋଲି କୁହାଯାଇଛି। ସେହିପରି ଜଳଖିଆ ଦୋକାନଗୁଡ଼ିକ କେବଳ ପାର୍ସଲ ଯୋଗେ ରନ୍ଧାଖାଦ୍ୟ ପରଷିବାକୁ କୁହାଯାଇଛି। ଅପରପକ୍ଷେ, ଲୋକେ ଏହି ଲକ୍‌ଡାଉନ୍‌ ପାଇଁ ପ୍ରସ୍ତୁତ ରହିବା ଲାଗି ରାଜ୍ୟରେ ଶନିବାର ଓ ରବିବାର(୮ ଓ ୯ ତାରିଖ) ସମସ୍ତ ଦୋକାନ ସକାଳ ୬ଟାରୁ ରାତି ୯ଟା ଯାଏ ଖୋଲା ରହିବ।