ଚେନ୍ନାଇ : ତାମିଲନାଡ଼ୁର କାଲ୍ଲାକୁରିଚି ସ୍ଥିତ ଏକ ଘରୋଇ ସ୍କୁଲ୍ରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ବିରୋଧ କରି ଜୋରଦାର ହିଂସା ଓ ଆନ୍ଦୋଳନ ହୋଇଛି। କନିୟାମୁର ଶକ୍ତି ମାଟ୍ରିକୁଲେସନ ସ୍କୁଲ୍ର ହଷ୍ଟେଲ୍ ପରିସରରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କର ଚଳିତ ମାସ ୧୩ ତାରିଖରେ ମୃତ୍ୟୁ ହୋଇଥିଲା। ୧୩ ତାରିଖରୁ ଆନ୍ଦୋଳନ ହୋଇଥିଲେ ସୁଦ୍ଧା ରବିବାର ଦିନ ଏହି ଆନ୍ଦୋଳନ ହିଂସାର ରୂପ ନେଇଛି। ଆନ୍ଦୋଳନକାରୀମାନେ ସ୍କୁଲ୍ ପରିସରରେ ପଶି ବ୍ୟାପକ ଭଙ୍ଗାରୁଜା ଏବଂ ପୋଡ଼ାଜଳା କରିଛନ୍ତି। ଆନ୍ଦୋଳନକାରୀ ସ୍କୁଲ୍ ବସ୍ରେ ନିଆଁ ଲଗାଇ ଦେଇଛନ୍ତି। ପୁଲିସ ବ୍ୟାରିକେଡ୍ ଭାଙ୍ଗି ଶତାଧିକ ସଂଖ୍ୟାରେ ମୃତକଙ୍କ ସମ୍ପର୍କୀୟ ସ୍କୁଲ ପରିସରରେ ଭଙ୍ଗାରୁଜା କରିଛନ୍ତି। ମାଡ୍ରାସ ହାଇକୋର୍ଟ ଆଜି ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ମୃତ ଛାତ୍ରୀଙ୍କ ଶବକୁ ପୁନଃ ବ୍ୟବଚ୍ଛେଦ କରିବାପାଇଁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଘଟଣାରେ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ ପାଇଁ ଜଷ୍ଟିସ ଏନ ସଥୀଶ କୁମାର ତାମିଲନାଡ଼ୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୭ ହିଂସାକାଣ୍ଡ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଗିରଫ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାରେ ୨ ଜଣ ଶିକ୍ଷକ ଗିରଫ ହୋଇଛନ୍ତି।
ତାମିଲନାଡ଼ୁରେ ସ୍କୁଲ୍ ଛାତ୍ରୀଙ୍କ ଆତ୍ମହତ୍ୟାକୁ ବିରୋଧ କରି ବ୍ୟାପକ ହିଂସା, ପୋଡ଼ାଜଳା
/sambad/media/post_attachments/wp-content/uploads/2022/07/5sf64h65sf4h65fs465fh4fh65fsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)