ତେଲେଙ୍ଗାନା: ମଧ୍ୟାହ୍ନ ଭୋଜନ ଥାଳିଆରେ ୬ଟି ଅଣ୍ଡା

ହାଇଦ୍ରାବାଦ: ପୋଷକତତ୍ତ୍ୱ କଥା ବିଚାର କରି ସରକାରୀ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କ ଅଣ୍ଡା କୋଟା ଦୁଇଗୁଣ କରାଯିବ। ଅର୍ଥାତ୍‌ ପ୍ରତି ପିଲା ସପ୍ତାହକୁ ୩ଟି ପରିବର୍ତ୍ତେ ୬ଟି ଲେଖାଁଏ ଅଣ୍ଡା ଖାଇବେ।

ଶୁକ୍ରବାର ଦିନ ସ୍କୁଲ୍‌ ପ୍ରଧାନଶିକ୍ଷକଙ୍କ ସମ୍ମିଳନୀରେ ତେଲେଙ୍ଗାନା ଶିକ୍ଷା ମନ୍ତ୍ରୀ କାଦିୟାମ୍‌ ଶ୍ରୀହରି କହିଛନ୍ତି: ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରାଜ୍ୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି। ଦିଆ ଯାଉଥିବା ଖାଦ୍ୟର ପରିମାଣ ଆମେ ଯୋଜନା କରୁଛୁ। ବର୍ତ୍ତମାନ ପିଲାଏ ସପ୍ତାହକୁ ୩ଟି ଅଣ୍ଡା ଖାଉଛନ୍ତି। ସପ୍ତାହକୁ ୫/୬ଟି ଅଣ୍ଡା ପାଇଁ ବ୍ୟବସ୍ଥା କରିବାକୁ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅନୁରୋଧ ପତ୍ର ପଠାଇଛୁ।
ଶ୍ରୀହରି କହିଲେ ଯେ ୭ମ ରୁ ୧୦ ଶ୍ରେଣୀ ଛାତ୍ରୀମାନଙ୍କୁ ହେଲ୍‌ଥ୍‌ ଆଣ୍ଡ୍‌ ହାଇଜିନ୍‌ କିଟ୍‌ ଯୋଗାଇ ଦେବାକୁ ମଧ୍ୟ ସରକାର ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର