ଶେଷରେ ମାସ୍କ ପିନ୍ଧିଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଆମେରିକାରେ ଦୈନିକ ସଂକ୍ରମଣ ମାମଲା ବଢ଼ିଚାଲିଛି। ଗତକାଲି ପୁଣି ଆମେରିକାରେ ୬୧ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି। ସଂକ୍ରମଣ ବଢ଼ୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶେଷରେ ଚେତିଛନ୍ତି ଏବଂ ମାସ୍କ ପିନ୍ଧିଛନ୍ତି। ଟ୍ରମ୍ପ୍‌ ଏକ ମିଲିଟାରି ହସ୍ପିଟାଲ୍‌ ଗସ୍ତ କରିବା ସମୟରେ ତାଙ୍କୁ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଟ୍ରମ୍ପ୍‌ କହିଛନ୍ତି, ସେ ମାସ୍କ ବିରୋଧୀ ନୁହନ୍ତି କିନ୍ତୁ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଏବଂ ସ୍ଥାନ ରହିଛି। ଆମେରିକାରେ ସଂକ୍ରମଣ ବଢ଼ିବାରୁ ଟ୍ରମ୍ପ୍‌ଙ୍କୁ ତାଙ୍କ ସହଯୋଗୀ ଏବଂ ସମାଲୋଚକମାନେ ମାସ୍କ ପିନ୍ଧିବାକୁ ଚାପ ପକାଇଲେ। ଶେଷରେ ଟ୍ରମ୍ପ୍‌ ସାର୍ବଜନୀନ ସ୍ଥଳରେ ମାସ୍କ ପିନ୍ଧିଛନ୍ତି। ପୂର୍ବରୁ ଟ୍ରମ୍ପ୍‌ ମାସ୍କ ପିନ୍ଧିବାକୁ ରୋକ୍‌ ଠୋକ୍‌ ମନା କରିଦେଇଥିଲେ। ଏହାକୁ ନେଇ ଏକ ପ୍ରକାର ରାଜନୈତିକ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଯାଇଥିଲା। ଟ୍ରମ୍ପ୍‌ଙ୍କ ଏଭଳି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରାଯାଇଥିଲା। କିନ୍ତୁ ପରିଶେଷରେ ଟ୍ରମ୍ପ୍‌ ତାଙ୍କ ନିଷ୍ପତ୍ତି ବଦଳାଇ ମାସ୍କ ପିନ୍ଧିଛନ୍ତି। ଉଲ୍ଲେଖଯୋଗ୍ୟ ଆମେରିକାରେ ସଂକ୍ରମଣ ମାମଲା ୩୩ ଲକ୍ଷ ୫୮ ହଜାର ଟପିଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୭ ହଜାର ଟପିଛି।

ସମ୍ବନ୍ଧିତ ଖବର