ପଞ୍ଚମ ବିଶ୍ୱ ପୁନଃନିର୍ମାଣ ସମ୍ମିଳନୀ: ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଉଦ୍‌ବୋଧନ

ଇଣ୍ଡୋନେସିଆର ବାଲିରେ ପଞ୍ଚମ ବିଶ୍ୱ ପୁନଃନିର୍ମାଣ ସମ୍ମିଳନୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଆୟୋଜିତ ପଂଚମ ବିଶ୍ୱ ପୁନଃ ନିର୍ମାଣ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ଗତକାଲି ଅନଲାଇନ ବ୍ୟବସ୍ଥାରେ ସାରଗର୍ଭକ ଉଦ୍‌ବୋଧନ ଦେଇଛନ୍ତି । ଏହି ସମ୍ମିଳନୀ ୟୁଏନ୍‌ଡିପି, ବିଶ୍ୱବ୍ୟାଙ୍କ ବିପର୍ଯ୍ୟୟ ଭୟ ଅପନୋଦନ ସଂକ୍ରାନ୍ତ ବୈଶ୍ୱିକ ମଂଚ ଜିପିଡିଆର୍‌ଆର ଓ ଇଣ୍ଡୋନେସିଆ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଛି। ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ଭାରତ ମହାସାଗରରେ ଘଟିଥିବା ପ୍ରଳୟଙ୍କରୀ ସୁନାମିର କ୍ଷୟକ୍ଷତି ଓ ଅନେକ ବଡ଼ ପ୍ରାକୃତିକ ବିପତ୍ତି ସମ୍ପର୍କରେ ମନେ ପକାଇ ଡକ୍ଟର ମିଶ୍ର କହିଛନ୍ତି ଯେ ବିପତ୍ତି ବା ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ନୀତି ବେଶ୍ ଅନେକ ଦିନଧରି ଗୁରୁତ୍ୱ ପାଇ ଅନୁସୃତ ହେଉଛି।

ତାଙ୍କ ଭାଷଣ ପ୍ରସଙ୍ଗରେ ସେ କହିଛନ୍ତି ଯେ ବିପର୍ଯ୍ୟୟ ପରବର୍ତ୍ତୀ ପୁନନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟରେ ପାଞ୍ଚଟି ପ୍ରମୁଖ ବିଷୟ ଉପରେ ଗୁରୁତ୍ୱ ଦେବାକୁ ପଡିବ। ପ୍ରଥମଟି ହେଲା ଉତ୍ତମ ଫଳାଫଳ ପାଇଁ ନିର୍ମାଣ ପ୍ରୟାସ, ପ୍ରସ୍ତୁତି ଓ କାର୍ଯ୍ୟ ଉତ୍ତମ ହେବା ଉଚିତ। ପୁନରୁଦ୍ଧାର ଓ ପୁନଃନିର୍ମାଣରେ ପ୍ରଭାବିତ ଲୋକଙ୍କ ହାତରେ ଏଜେନ୍ସିର ଦାୟିତ୍ୱ ନ୍ୟସ୍ତ କରାଯିବା ଆବଶ୍ୟକ। ଏହି ସାମୁଦାୟିକ ବ୍ୟବସ୍ଥା ଓ ଅଭ୍ୟାସରେ ସ୍ୱାଭାବିକଭାବେ ଆର୍ଥିକ, ଆନୁଷ୍ଠାନିକ, ବୈଷୟିକ ମେକାନିଜିମ୍ ରହିବା ଆବଶ୍ୟକ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନଃନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସବୁ ସ୍ତରରୁ ସାହାଯ୍ୟ ସହଯୋଗ ଯୋଗାଣ ବ୍ୟବସ୍ଥା ଅପରିହାର୍ଯ୍ୟ ହେବା ଉଚିତ। ଏହା ତୃତୀୟ ବିଷୟ। ଭାରତରେ ପ୍ରଥମ ଥର ପାଇଁ ଦେଶର ବିପର୍ଯ୍ୟୟ ପରିଚାଳନା ନୀତିରେ ଅର୍ଥଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି । ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟ ନିମନ୍ତେ ଆମେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ସୃଷ୍ଟି କରିଛୁ ଓ ପାଂଚବର୍ଷ ମଧ୍ୟରେ ୭.୫ ବିଲିୟନ ଡଲାର ଅର୍ଥ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ଡକ୍ଟର ମିଶ୍ର ତାଙ୍କ ଉଦ୍‌ବୋଧନରେ ଯେଉଁ ଚତୁର୍ଥ ବିଷୟଟିକୁ ଗୁରୁତ୍ୱ ଦେଇଛନ୍ତି ତାହା ହେଲା ବିପତ୍ତି ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନଃନିର୍ମାଣର ନୀତି ଓ ପଦ୍ଧତି । ସେ କହିଛନ୍ତ ଯେ ଏହି କାମ ସ୍ୱଳ୍ପମିଆଦି ନ ହୋଇ ଦୀର୍ଘମିଆଦି ଏବଂ ଅତ୍ୟନ୍ତ ଦୃଢ଼ ହେବା ଆବଶ୍ୟକ। ଶେଷରେ ଡକ୍ଟର ମିଶ୍ର କହିଛନ୍ତି ଯେ ଅନେକ ସମୟରେ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟରେ ଆମେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥାଉ । ଆମେ ଏହାକୁ ‘ଭିଡର ଅତ୍ୟାଚାର’ ବା ‘ଟାଇରାନି ଅଫ୍ ରସ୍‌’ ବୋଲି ସାଧାରଣତଃ କହିଥାଉ । ଶୀଘ୍ର ପୁନରୁଦ୍ଧାର ପାଇଁ ପୁନଃନିର୍ମାଣକୁ ଉତ୍ତମଭାବେ କରିବା ସହଜ କାମ ନୁହେଁ । ଏଥିରେ ଭାରସାମ୍ୟ ରକ୍ଷା ଜରୁରୀ । ତଥାପି ଡ୍ରୋନ, ଭୂସ୍ଥାନିକ ଟେକ୍‌ନୋଲୋଜି ଓ ସେନ୍ସିଙ୍ଗ ଭଳି ନୂଆ ପ୍ରଯୁକ୍ତି ଏବଂ ଜ୍ଞାନକୌଶଳ ଦ୍ୱାରା ପୁନରୁଦ୍ଧାର ଓ ପୁନଃ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ।

ନୂଆ ଅତ୍ୟାଧୁନିକ ଟେକେ୍‌ନୋଲୋଜି ଆମକୁ ଯେଉଁ ସୁବିଧା, ସୁଯୋଗ ଦେଇଛି ଆମେ ତାହାର ସର୍ବାଧିକ ଫାଇଦା ଉଠାଇବା ଆବଶ୍ୟକ । ଉପସଂହାରରେ ଡକ୍ଟର ପି.କେ. ମିଶ୍ର କହିଛନ୍ତି ଯେ “ଆମେ ଯଦି ପ୍ରସ୍ତୁତିରୁ ପ୍ରତିକାର” ଆଭିମୁଖ୍ୟ ବାହାରକୁ ଯାଇ ପୁନରୁଦ୍ଧାର ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ତାହା ସାମାଜିକ ସ୍ଥିତିସ୍ଥାପକତା ନିର୍ମାଣ ଦିଗରେ ଏକ ବଡ଼ ପଦକ୍ଷେପ ହେବ । ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା ପାଇଁ ଏକ ବଡ ଅସ୍ତ୍ରଭାବେ କାମ କରିବ।

ସମ୍ବନ୍ଧିତ ଖବର