ସ୍କୁଲ୍‌ ବହିରେ ‘ୟୁ ଫର୍‌ ଅଗ୍‌ଲି’କୁ ନେଇ ତାତିଲେ ଅଭିଭାବକ

କୋଲକାତା: ଛୋଟ ପିଲାଙ୍କ ବହିରେ ଅକ୍ଷର ଚିହ୍ନଟ ପାଇଁ ସଚିତ୍ର ଶବ୍ଦର ବ୍ୟବହାର କରାଯାଇଥାଏ। ସାମାନ୍ୟ ଅସାବଧାନତା ଯୋଗୁଁ ଏବେ ଏହି ସରଳ ଶିକ୍ଷା ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ଯାହାକୁ ନେଇ ବର୍ଦ୍ଧମାନ ଜିଲ୍ଲା ପ୍ରାଇମେରୀ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ବିରୋଧ କରିଛନ୍ତି। ବହିଟିରେ ‘ୟୁ’ ଫର୍‌ ‘ଅଗ୍‌ଲି’ ଲେଖାଯାଇଥିବା ବେଳେ ପାଖରେ ଏକ କଳା ଲୋକର ଚିତ୍ର ରହିଛି। ଯାହାଦ୍ବାରା ପିଲାଟି ଅକ୍ଷର ଏବଂ ତାର ଅର୍ଥ ଚିହ୍ନିବାରେ ସହଜ ହେବ।

ଏହି ବହିଟି ପୂର୍ବ ବର୍ଦ୍ଧମାନ ଜିଲ୍ଲାର ସରକାରୀ ସହବନ୍ଧିତ ପ୍ରି-ପ୍ରାଇମେରୀ ଡିପାର୍ଟମେଣ୍ଟ ଦ୍ବାରା ଛପା ଯାଇଛି। ପିଲାଙ୍କୁ ଅକ୍ଷର ଚିହ୍ନେଇବା ପାଇଁ ଯାଇ ଶିକ୍ଷା ବିଭାଗ କଳା ଲୋକଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିଛନ୍ତି। ଏଭଳି ବର୍ଣ୍ଣବୈଷମ୍ୟ ସୃଷ୍ଟି କରୁଥିବା ଚିତ୍ରକୁ ତୁରନ୍ତ ପିଲାଙ୍କ ବହିରୁ ହଟାଇ ଦେବା ପାଇଁ ଅଭିଭାବକ ମହଲରୁ ତୀବ୍ର ସ୍ବର ଉଠିଛି। ଛୋଟ ପିଲାଙ୍କ ମନରେ ଏଭଳି ଖରାପ ଚିନ୍ତା ସୃଷ୍ଟି କରିବା ପୂର୍ବରୁ ସବୁଦିଗରୁ ଦୃଷ୍ଟି ଦେବାର ଥିଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଭବିଷ୍ୟତରେ ଏହାର ପୁନରାବୃତ୍ତି ନହେବା ପାଇଁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର