ଆମେରିକାରେ କରୋନା ମୃତ୍ୟୁ ୯ ଲକ୍ଷ ଟପିଲା, ଦିନକରେ ୪ ହଜାର ମୃତ୍ୟୁ

ୱାସିଂଟନ୍‌: ଆମେରିକାରେ କରୋନା ମୃତ୍ୟୁ ୯ ଲକ୍ଷ ଟପିଯାଇଛି। ଜନ୍‌ ହପକିନ୍ସ ୟୁନିଭର୍ସିଟି କରୋନାଭାଇରସ୍‌ ଟ୍ରାକର୍‌ ଅନୁଯାୟୀ ଆମେରିକାରେ କରୋନା ମୃତ୍ୟୁ ୯ ଲକ୍ଷ ଟପିଛି। ଡିସେମ୍ବର ମଧ୍ୟଭାଗରେ ଆମେରିକାରେ କରୋନା ମୃତ୍ୟୁ ୮ ଲକ୍ଷ ଟପିଥିଲା। ଦେଢ଼ ମାସ ପରେ ଆମେରିକାରେ ପୁଣି ୧ ଲକ୍ଷ ମୃତ୍ୟୁ ହେଇଛି। ଆମେରିକାରେ ଓମିକ୍ରନ୍‌ ସଂକ୍ରମଣ କମୁଛି ଏବଂ ଦୈନିକ କରୋନା ମୃତ୍ୟୁ ଏବେ ବି ଅଧିକ ରହିଛି। ଆଜି ପ୍ରାୟ ୪ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଆମେରିକାରେ ଲଗାତାର ଭାବେ ମୃତ୍ୟୁ ବଢ଼ୁଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଆମେରିକାରେ କେବଳ ୬୪ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୭୭,୪୯୬,୮୬୦ ଏବଂ କରୋନା ମୃତ୍ୟୁସଂଖ୍ୟା ୯୨୪,୫୩୦। ଆମେରିକା ପରେ ବ୍ରାଜିଲ୍‌ ଦ୍ବିତୀୟ ରାଷ୍ଟ୍ରଭାବେ ସର୍ବାଧିକ କରୋନା ମୃତ୍ୟୁ ୬୩୧,୦୬୯ ରହିଛି। ତୃତୀୟ ରାଷ୍ଟ୍ରଭାବେ ଭାରତରେ ଗତକାଲି କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ଟପିଥିଲା।

ସମ୍ବନ୍ଧିତ ଖବର