ଆମେରିକାରେ ସଂକ୍ରମଣ ୫୦ ଲକ୍ଷ ଟପିଲା, ବ୍ରାଜିଲ୍‌ରେ ୧ ଲକ୍ଷରୁ ଅଧିକ ମୃତ୍ୟୁ

ୱାସିଂଟନ୍‌: ଆମେିରକାରେ କରୋନା ସଂକ୍ରମଣ ମାମଲା ୫୦ ଲକ୍ଷ ଟପିଯାଇଛି। ଆମେରିକାରେ ମୋଟ୍‌ ୫୧ ଲକ୍ଷ ୯୯ ହଜାର ୫୨୪ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୬ ହଜାରରୁ ଅଧିକ ରହିଛି। ବିଶ୍ବରେ ସବୁଠାରୁ ଅଧିକ ପ୍ରଭାବିତ ରାଷ୍ଟ୍ର ହେଉଛି ଆମେରିକା‌। ଆମେରିକା ପରେ ବ୍ରାଜିଲ୍‌ରେ ମୃତ୍ୟୁସଂଖ୍ୟା ୧ଲକ୍ଷରୁ ଅଧିକ ରହିଛି। ବ୍ରାଜିଲ୍‌ରେ ମୋଟ୍‌ ସଂକ୍ରମଣ ମାମଲା ୩୦ ଲକ୍ଷ ୩୫ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧ ଲକ୍ଷ ୧ ହଜାର ୩୬ରେ ପହଞ୍ଚିଛି। ତେବେ ବିଶ୍ବରେ ମୋଟ୍‌ ସଂକ୍ରମଣ ମାମଲା ୨କୋଟି ୪୬ ଲକ୍ଷରୁ ଅଧିକ ରହିଛି। ମୃତ୍ୟୁସଂଖ୍ୟା ମଧ୍ୟ ୭ ଲକ୍ଷ ୩୪ ହଜାର ଟପିଯାଇଛି। ଗତକାଲି ୨ ଲକ୍ଷ ୫୨ ହଜାର ୬୫୨ ଜଣ କ‌ରୋନା ସଂକ୍ରମିତ ହୋଇଥିଲେ। ତେବେ ବିଶ୍ବରେ ମୋଟ୍‌ ସକ୍ରିୟ ମାମଲା ରହିଛି ୬୩ ଲକ୍ଷ ୯୬ ହଜାର ୬୩୧। ୬୪ ହଜାର ୮୦୪ ଜଣ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଅଛନ୍ତି। ଆମେରିକା ଏବଂ ବ୍ରାଜିଲ୍‌ରେ ସଂକ୍ରମଣ ମାମଲା ଏବଂ ମୃତ୍ୟୁସଂଖ୍ୟା ଅଧିକ ଥିଲେ ମଧ୍ୟ ଗତ ସପ୍ତାହରେ ଆମେରିକା ଏବଂ ବ୍ରାଜିଲ୍‌ ତୁଳନାରେ ଭାରତରେ ଉଭୟ ସଂକ୍ରମଣ ମାମଲା ଓ ମୃତ୍ୟୁସଂଖ୍ୟା ଅଧିକ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର