ୟୁକ୍ରେନ ରାଷ୍ଟ୍ରପତିଙ୍କ ଭିଡିଓ ଚର୍ଚ୍ଚାରେ: ଆଜି ଆକ୍ରମଣ କରିବ ରୁଷ

କିବ୍‌ : ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନିସ୍କି ଫେସବୁକ୍‌ରେ ୮ ମିନିଟର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଫେବ୍ରୁଆରି ୧୬ ତାରିଖରେ ତାଙ୍କ ଦେଶ ଉପରେ ଆକ୍ରମଣ ହେବା ସୂଚନା ତାଙ୍କ ଦେଶକୁ ଦିଆଯାଇଛି। ତେଣୁ ଆମେ ଏହି ଦିନଟିକୁ ଏକତା ଦିବସ ଭାବେ ପାଳିବୁ। ଜାତୀୟ ପତାକା ଉତ୍ତୋଳନ କରିବୁ। ନୀଳ ଏବଂ ହଳଦିଆ ରିବନ ପିନ୍ଧିବା ସହିତ ବିଶ୍ବକୁ ଆମର ଏକତା ପ୍ରଦର୍ଶିତ କରିବୁ ବୋଲି ସେ କହିଛନ୍ତି। କିନ୍ତୁ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ରା‌ଷ୍ଟ୍ରପତିଙ୍କ ଏହି ସମ୍ଭାବ୍ୟ ଋଣ ଆକ୍ରମଣ ବୟାନକୁ ବ୍ୟଙ୍ଗାତ୍ମକ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର