ଭାରତର ଏସବୁ ରାଜ୍ୟରେ ଆଉ ଆସବନି ବସନ୍ତ ଋତୁ!

ନୂଆଦିଲ୍ଲୀ: ଭାରତର ମୋଟ ନଅଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ରାଜସ୍ଥାନ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ, ପଞ୍ଜାବ, ଜାମ୍ମୁ କାଶ୍ମୀର ଏବଂ ଉତ୍ତରପ୍ରଦେଶରେ ଜାନୁଆରୀ ଏବଂ ଫେବ୍ରୁ୍ୟାରୀରେ ଦୁଇ ଡିଗ୍ରୀ ସେଲସିୟସ୍ ପାର୍ଥକ୍ୟ ଦେଖିବାକୁ ମିଳିଛି। ଗବେଷକମାନେ କହିଛନ୍ତି ଯେ ଏହି ରିପୋର୍ଟରୁ ଅନୁମାନ କରାଯାଉଛି ଦେଶର ଅନେକ ସ୍ଥାନରେ ବସନ୍ତ ଋତୁ ଆଉ ଅନୁଭବ କରି ହେଉନାହିଁ। ଏସବୁ ରାଜ୍ୟରୁ ବସନ୍ତ ଋତୁ ଫେରାର ହେବାରେ ଲାଗିଛି। ଆଉ ଏସବୁ ରାଜ୍ୟରେ ବସନ୍ତ ଋତୁ ଅନୁଭୁତ ହେଉ ନାହିଁ।

୧୯୭୦ ମସିହାରୁ ତାପମାତ୍ରା ତଥ୍ୟର ବିଶ୍ଳେଷଣରୁ ଜଣାପଡିଛି ଉତ୍ତର ଭାରତରେ ଶୀତ ପରେ ଗ୍ରୀଷ୍ମ ଋତୁ ଶୀଘ୍ର ଆରମ୍ଭ ହେବାର ଧାରା ରହିଛି, ଯେଉଁ କାରଣରୁ ବସନ୍ତ ଋତୁର ସମୟସୀମା କମ୍ ହୋଇଯାଉଛି। ଆମେରିକାର କ୍ଲାଇମେଟ ସେଣ୍ଟ୍ରାଲର ବୈଜ୍ଞାନିକମାନଙ୍କର ଏକ ଦଳ ଶୀତ ମାସ ଡିସେମ୍ବରରୁ ଫେବ୍ରୁୟାରୀର ତାପମାତ୍ରା ଆଧାର‌ରେ ଅଧ୍ୟୟନ କରି ବିଶ୍ୱ ତାପମାତ୍ରା ଧାରା ପରିପ୍ରେକ୍ଷୀରେ ଭାରତ ଉପରେ ବିଶ୍ଳେଷଣ କରିଥିଲେ। ବିଶ୍ଳେଷଣରୁ ଜଣାପଡିଛି ଯେ ଉତ୍ତର ଭାରତରେ ଶୀତ ଶେଷରେ ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଆସୁଛି। ଉତ୍ତର ଭାରତୀୟ ରାଜ୍ୟଗୁଡିକରେ ହାରାହାରି ତାପମାତ୍ରା ଜାନୁୟାରୀରେ ଥଣ୍ଡା କିମ୍ବା ସାମାନ୍ୟ ଉତ୍ତାପ ବୃଦ୍ଧି ଦେଖାଯାଉଛି, ଏବଂ ଫେବ୍ରୁୟାରୀରେ ପ୍ରବଳ ଉତ୍ତାପ ଅନୁଭୁତ ହେଉଛି।

ଗବେଷକମାନେ କହିଛନ୍ତି ଯେ ଏହା ସୂଚିତ କରୁଛି ଯେ ମାର୍ଚ୍ଚ ମାସରେ ପାରମ୍ପରିକ ଭାବେ ଶୀତଦିନିଆ ତାପମାତ୍ରା ପରେ ଏହି ଅଞ୍ଚଳଗୁଡ଼ିକରେ ହଠାତ୍ ଅଧିକ ଗରମ ସ୍ଥିତି ଅନୁଭବ ହେଉଛି। ଏହି ପରିବର୍ତ୍ତନ ଦେଖାଇବା ପାଇଁ ସେମାନେ ଜାନୁୟାରୀ ଏବଂ ଫେବ୍ରୁୟାରୀରେ ୱାର୍ମିଂ ହାର ମଧ୍ୟରେ ପାର୍ଥକ୍ୟ ଗଣନା କରିଥିଲେ, ଯାହା ୧୯୭୦ ରୁ ହାରାହାରି ତାପମାତ୍ରାର ପରିବର୍ତ୍ତନ ଭାବରେ ପ୍ରକାଶ କରାଯାଇଥିଲା। ଏହି ହାରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାରତମ୍ୟ ରାଜସ୍ଥାନରେ ଦେଖାଯାଇଛି। ଯେଉଁଠାରେ ଫେବ୍ରୁୟାରୀରେ ହାରାହାରି ତାପମାତ୍ରା ଜାନୁଆରୀ ତୁଳନାରେ ୨.୬ ଡିଗ୍ରୀ ସେଲସିୟସ ଅଧିକ ରହିଛି। ବିଶ୍ଳେଷଣରୁ ଏହା ମଧ୍ୟ ଦର୍ଶାଯାଇଛି ଯେ ଶୀତଋତୁରେ, ସମଗ୍ର ଭାରତରେ ଗରମ ହେବାରେ ଲାଗିଛି।

ମଣିପୁର୧୯୭୦ ମସିହାରୁ ହାରାହାରି ଶୀତର ତାପମାତ୍ରାରେ ଡିସେମ୍ବରରୁ ଫେବ୍ରୁୟାରୀ ମଧ୍ୟରେ ସର୍ବ ବୃହତ ପରିବର୍ତ୍ତନ ୨.୩ ଡିଗ୍ରୀ ସେଲସିୟସ୍ ଦେଖାଯାଇଥିବାବେଳେ ଦିଲ୍ଲୀରେ ସବୁଠାରୁ ଛୋଟ ପରିବର୍ତ୍ତନ ୦.୨ ଡିଗ୍ରୀ ସେଲସିୟସ୍ ଦେଖିବାକୁ ମିଳିଛି। ଡିସେମ୍ବର ଏବଂ ଜାନୁୟାରୀରେ ସିକ୍କିମ୍ ରେ ୨.୪ ଡିଗ୍ରୀ ସେଲସିୟସ୍ ର ସର୍ବାଧିକ ତାପମାତ୍ରା ଏବଂ ମଣିପୁରରେ ୨.୧ ଡିଗ୍ରୀ ସେଲସିୟସ୍ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା। କ୍ଲାଇମେଟ୍ ସେଣ୍ଟ୍ରାଲର ଉପାଧ୍ୟକ୍ଷ ଆଣ୍ଡ୍ରିୟୁ ପର୍ସିଂ କହିଛନ୍ତି ଯେ ଜାନୁୟାରୀରେ କେନ୍ଦ୍ରୀୟ ଏବଂ ଉତ୍ତର ଭାରତୀୟ ରାଜ୍ୟରେ ଜାନୁୟାରୀରେ ଥଣ୍ଡା ପରେ ଫେବ୍ରୁୟାରୀରେ ଅତ୍ୟଧିକ ଉତ୍ତାପ ହଠାତ୍ ଅନୁଭୁତ ହେଉଛି। ଫଳରେ ବସନ୍ତ ଋତୁର ସମୟ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି ଏହାକୁ ଆଉ ଅନୁଭବ କରି ହେଉନାହିଁ।

ସମ୍ବନ୍ଧିତ ଖବର