ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଅବତାରରେ ପୂଜା ପାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ପ୍ରଭୁ ଶ୍ରୀରାମଙ୍କ ଅବତାରରେ ଅଯୋଧ୍ୟାରେ ପୂଜା ପାଇଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଯୋଧ୍ୟାର ଏକ ମନ୍ଦିରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନଙ୍କ ରୂପ ଦିଆଯାଇ ପୂଜା କରାଯାଉଥିବା ଜଣାପଡ଼ିଛି। ପ୍ରଭୁ ଶ୍ରୀରାମଙ୍କ ଭାବେ ଚିତ୍ରଣ କରି ମୁଖ୍ୟମନ୍ତ୍ରୀଙ୍କ ଏକ ପ୍ରତିମାକୁ ଅଯୋଧ୍ୟାର ଭରତକୁଣ୍ଡରେ ଥିବା ମନ୍ଦିରରେ ପୂଜା କରାଯାଉଥିବା ସାମ୍ନାକୁ ଆସିଛି।

ମନ୍ଦିରରେ ଆଳତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାମକୁ ପ୍ରଶଂସା କରି ଭଜନ ଗାନ କରାଯାଉଥିବା ବେଳେ ଏହି ଭଜନକୁକ ମନ୍ଦିର ନିର୍ମାଣ କରିଥିବା ବ୍ୟକ୍ତି ଲେଖିଥିବା କୁହାଯାଉଛି। ୨୦୧୪ରୁ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ପ୍ରଚାରକ ଥିବା ପ୍ରଭାକର ମୌର୍ଯ୍ୟ ଭଜନ ଲେଖିଛନ୍ତି। ଏହି ମନ୍ଦିର ବିଷୟରେ ସମସ୍ତଙ୍କୁ ଜଣାଇବା ପାଇଁ ଭଜନର ଅଡିଓ ଏବଂ ଭିଡିଓ କ୍ୟାସେଟ୍ ପ୍ରସ୍ତୁତ କରାଯାଉଥିବା ସାମ୍ନାକୁ ଆସିଛି।

ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଚାଲୁଥିବା ବେଳେ ଏହି ଖବର ଆସିବା ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଭାକର ମୌର୍ଯ୍ୟ ଅଯୋଧ୍ୟାଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଏହି ମନ୍ଦିର ନିର୍ମାଣ କରିଛନ୍ତି, ଯାହାକୁ ଭଗବାନ ରାମଙ୍କ ଜନ୍ମସ୍ଥାନ ବୋଲି କୁହାଯାଉଛି। ଅଯୋଧ୍ୟା-ଗୋରଖପୁର ରାଜପଥରେ ଥିବା ଭରତକୁଣ୍ଡ ନିକଟରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିମୂର୍ତ୍ତି ଥିବ‌େ ଏହି ମନ୍ଦିରଟି ନିର୍ମାଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ମୂର୍ତ୍ତି ତିଆରି କରି ପୂଜା କରିବେ ବୋଲି ସଂକଳ୍ପ ନେଇଥିଲେ ‌ପ୍ରଭାକର। ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିର୍ମାଣ ହେଉଥିବା ସହ ଏହି ସ୍ବପ୍ନ ପୂରଣ କରିବାରେ ଯୋଗୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ ପ୍ରଭାକର ମନ୍ଦିରରେ ତାଙ୍କ ପ୍ରତିମୂର୍ତ୍ତି ରଖି ପୂଜା କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର