ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୈନପୁରୀର ଦାଉଦପୁର ଗ୍ରାମରେ ଥିବା ଏକ ସରକାରୀ ସ୍କୁଲ୍ରେ ଜାତିଆଣ ମନୋଭାବ ସାମ୍ନାକୁ ଆସିଛି। ଅନୁସୂଚିତ ଜାତି ଏବଂ ଜନଜାତିର ଛାତ୍ରଛାତ୍ରୀମାନଙ୍କ ବାସନ ଅଲଗା ରହୁଛି। ଏଥିସହିତ ମଧ୍ୟାହ୍ନଭୋଜନ ପରେ ଛାତ୍ରଛାତ୍ରୀମାନେ ନିଜ ବାସନ ନିଜେ ଧୋଉଛନ୍ତି। ଏଭଳି କାର୍ଯ୍ୟ ପାଇଁ ସ୍କୁଲ୍ର ଦୁଇଜଣ ରୋଷେୟାଙ୍କୁ ଚାକିରିରୁ ବିଦା କରାଯାଇଛି। ତଦନ୍ତ ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମଧ୍ୟ ସ୍କୁଲରୁ ବିଦା କରାଯାଇଛି। ଜିଲ୍ଲାପାଳ ମହେନ୍ଦ୍ର ବାହାଦୁର ସିଂହ ନିଜଆଡ଼ୁ ଏହି ମାମଲାକୁ ସଂଜ୍ଞାନକୁ ନେଇ ଉକ୍ତ ପଦକ୍ଷେପ ନେଇଛନ୍ତି। ଗତ କିଛି ମାସ ହେଲା ଛାତ୍ରଛାତ୍ରୀମାନେ ସ୍କୁଲ୍ରେ ବାସନ ଧୋଇ ଆସୁଥିଲେ। ଏ ଖବର ଗ୍ରାମର ମୁଖିଆଙ୍କ ନିକଟରେ ପହଞ୍ଚିବା ପରେ ସେ ସ୍କୁଲ ପରିଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଏ ନେଇ ସେ ଆଲୋଚନା କରିବା ସହ ଏଭଳି ହେବା ଉଚିତ ନୁହେଁ ବୋଲି କହିଥିଲେ। ଗ୍ରାମ ମୁଖିଆଙ୍କ କଥାକୁ ପ୍ରଧାନ ଶିକ୍ଷୟିତ୍ରୀ ଗୁରୁତ୍ବ ଦେଇ ନଥିଲେ। ଅନ୍ୟଜଣେ ଅଧିକାରୀ ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବାରୁ ତାଙ୍କ ସ୍ବାମୀ କହିଥିଲେ, ସ୍କୁଲ୍ରେ ଏମିତି ଚାଲେ। ଆଗକୁ ବି ଏହିଭଳି ଚାଲିବ। ଛାତ୍ରଛାତ୍ରୀମାନେ କହିଥିଲେ, ସେମାନଙ୍କ ବାସନ ଶ୍ରେଣୀ ଗୃହରେ ରଖାଯାଏ। ଅନ୍ୟ ଷ୍ଟାଫମାନଙ୍କ ବାସନ କିଚେନ୍ରେ ରଖା ହୁଏ। ଏ ନେଇ ଅଭିଯୋଗ ହେବା ପରେ ବିଭାଗୀୟ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ଉତ୍ତର ପ୍ରଦେଶ ସ୍କୁଲ୍ରେ ଜାତିଆଣ ମନୋଭାବ: ଏସ୍ସି, ଏସ୍ଟି ପିଲାଙ୍କ ପାଇଁ ବାସନ ଅଲଗା
/sambad/media/post_attachments/wp-content/uploads/2021/09/school-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)