ଓ୍ଵାସିଂଟନ୍: ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସଂସଦ ଭବନ ‘କ୍ୟାପିଟଲ୍’ରେ ଅଭୂତପୂର୍ବ ହିଂସାକାଣ୍ଡ ପରେ ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍ଙ୍କୁ ଅବାଧରେ କ୍ଷମତା ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି ଦେବା ସହ ଏକ ଭିଡିଓ ବାର୍ତ୍ତାରେ ରାଷ୍ଟ୍ରପତି ଟ୍ରମ୍ପ୍ ସହଯୋଗ ଓ ସହମତି ପାଇଁ ନିବେଦନ କରିଛନ୍ତି।
ବୁଧବାର ଦିନ ସାଂସଦମାନେ ବାଇଡେନ୍ଙ୍କ ନିର୍ବାଚନ ବିଜୟକୁ ଔପଚାରିକ ସ୍ୱୀକୃତି ଦେବାକୁ ଯାଉଥିବା ବେଳେ ଟ୍ରମ୍ପ୍ଙ୍କ ସମର୍ଥକମାନେ ଜବରଦସ୍ତି ‘କ୍ୟାପିଟଲ୍’ରେ ପ୍ରବେଶ କରି ହିଂସାକାଣ୍ଡ ଭିଆଇବା ଏବଂ ପୁଲିସ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜକ ପରିସ୍ଥିତିକୁ ଶାନ୍ତ କରିବା ଏହି ଭିଡିଓ ବାର୍ତ୍ତାର ଉଦ୍ଦେଶ୍ୟ।
Image Courtesy of Live Asian Newsବାର୍ତ୍ତାରେ ଟ୍ରମ୍ପ୍ କହିଛନ୍ତି, ଜାନୁଆରି ୨୦ ତାରିଖ ଦିନ ଏକ ନୂତନ ସରକାର ଆରମ୍ଭ କରାଯିବ। ଅନାୟାସ, ସୁଶୃଙ୍ଖଳିତ ଏବଂ ଅବାଧ କ୍ଷମତା ହସ୍ତାନ୍ତର ସୁନିଶ୍ଚିତ କରିବା ଉପରେ ମୁଁ ଏବେ ଧ୍ୟାନ ଦେଉଛି। ଏ ସମୟରେ ସହମତି ଓ ସହଯୋଗ ଆବଶ୍ୟକ।
ବୁଧବାର ଦିନ ଟ୍ରମ୍ପ୍ଙ୍କ ଉତ୍ତ୍ୟକ୍ତ ସମର୍ଥକମାନେ ‘କ୍ୟାପିଟଲ୍’ ମଧ୍ୟକୁ ଧଷେଇ ପଶିବାରୁ ସାଂସଦମାନେ ଭୟଭୀତ ହୋଇ ଧାଇଁ ପଳାଇଥିଲେ। ଏହାପରେ ଟ୍ରମ୍ପ୍ଙ୍କୁ ବହିଷ୍କାର କରିବାକୁ ଆଲୋଚନା ହେଉଛି ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ବାହାରିବା ପରେ ସେ ଏହି ଭିଡିଓ ବାର୍ତ୍ତାଟି ରିଲିଜ୍ କରିଥିଲେ।
୧୬୦ ସେକେଣ୍ଡ୍ର ଏହି ଭିଡିଓରେ ଟ୍ରମ୍ପ୍ ଅପେକ୍ଷାକୃତ ନମ୍ର ଭାବରେ କହିଛନ୍ତି କି, କ୍ଷମତାରେ ଥିବା ସମୁଦାୟ ସମୟ ତାଙ୍କ ସମଗ୍ର ଜୀବନ ପ୍ରତି ସବୁଠୁ ବଡ଼ ସମ୍ମାନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/trump-2.jpg)