ଯୁଦ୍ଧ ସମୟରେ ସୈନ୍ୟକୁ କେବେ ଅସ‌ନ୍ତୁଷ୍ଟ କରାନ୍ତୁ ନାହିଁ: ଡାକ୍ତରଙ୍କୁ ଦରମା ନ ମିଳିବା ନେଇ ମତ ରଖିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସମୟରେ ନିଜ ଜୀବନକୁ ପାଣି ଛଡ଼ାଇ ହସ୍ପିଟାଲ୍‌ରେ କର୍ତ୍ତବ୍ୟ କରୁଥିବା କାର୍ଯ୍ୟରତ ଡାକ୍ତରମାନଙ୍କୁ ଦରମା ନ ମିଳିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମ୍‌କୋର୍ଟ। ସର୍ବୋଚ୍ଚ ଅଦାଲତ କହିଛନ୍ତି କି ‘ଯୁଦ୍ଧ ସମୟରେ ଆପଣ ସୈନ୍ୟକୁ ଅସନ୍ତୁଷ୍ଟ କରିପାରିବେ ନାହିଁ’। ସେମାନଙ୍କ ଦାବି ପୂରା କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଯୁଦ୍ଧରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବା ଯୋଦ୍ଧାମାନଙ୍କୁ ଠିକ ସମୟରେ ଦରମା ନ ଦେବା ଓ ଆବଶ୍ୟକୀୟ ସୁବିଧା ନ ଯୋଗାଇବା ନେଇ ସୁପ୍ରିମ୍‌କୋର୍ଟ ଏପରି ମନ୍ତବ୍ୟ ଦେଇଛନ୍ତି ।

ଏହି ସବୁ ସମସ୍ୟାକୁ ସରକାର ତୁରନ୍ତ ସମାଧାନ ଦରକାର। ସ୍ବାସ୍ଥ୍ୟକର୍ମୀମାନଙ୍କୁ ଦରମା ନମିଳିବା ମାମଲାରେ ଅଦାଲତ ହସ୍ତକ୍ଷେପ ନ କରିବା ଉଚିତ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି।


Mysuru Today

ଜଣେ ଡାକ୍ତରଙ୍କ ଅଭିଯୋଗର ଶୁଣାଣି କରି କୋର୍ଟ ଏପରି ମନ୍ତବ୍ୟ ଦେଇଛନ୍ତି  । ଡାକ୍ତର ଜଣକ ଅଭିଯୋଗ ଆଣି କହିିଥିଲେ ଯେ ଆଗ ଧାଡ଼ିରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଦରମା ଦିଆଯାଉ ନାହିଁ। ସେମାନଙ୍କ ଦରମା କଟାଯାଉଛି ନହେଲେ ବିଳମ୍ବରେ ମିଳୁଛି ।

ଡାକ୍ତର ଜଣକ ଅଭିଯୋଗ ଆଣିବା ପରେ ଜଷ୍ଟିସ୍‌ ଅଶୋକ ଭୂଷଣ, ଏସ୍‌କେ କୌଲ୍‌ ଏବଂ ଏମ୍‌ଆର୍‌ ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ଏପରି ଆକ୍ଷେପ କରିଛନ୍ତି । ଖଣ୍ଡପୀଠରେ ଆହୁରି ବି କୁହିଛନ୍ତି  ଯେ ’ଦେଖିବାକୁ ମିଳୁଛି ଯେ ଅନେକ ଡାକ୍ତର ଦରମା ପାଉନାହାନ୍ତି। ଆହୁରି ବି ଦେଖିବାକୁ ମିଳୁଛି ଯେ ଅନେକ ଡାକ୍ତର ଧର୍ମଘଟ କରୁଛନ୍ତି। ଦିଲ୍ଲୀର କିଛି ଡାକ୍ତର ଅଭିଯୋଗ ଆଣିଥିଲେ କି ସେମାନେ ଗତ ୩ ମାସ ହେବ ଦରମା ପାଇନାହାନ୍ତି। ଏସବୁ ସମସ୍ୟାକୁ ସରକାର ସମାଧାନ କରନ୍ତୁ। ଅଦାଲତ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ।’

ସମ୍ବନ୍ଧିତ ଖବର