ଓ୍ଵାୟାନାଡ଼: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରାଜମ୍ମାଙ୍କୁ କୋଳେଇ ନେବା ମୁହୂର୍ତ୍ତ ଥିଲା ପ୍ରାୟ ୪୯ ବର୍ଷ ପରର ପୁନର୍ମିଳନ। ୧୯୭୦ ମସିହାରେ ରାହୁଳ ଗାନ୍ଧୀ ଜନ୍ମ ହୋଇଥିବା ଦିଲ୍ଲୀ ହସ୍ପିଟାଲ୍ରେ ସେ ଥିଲେ ଡେଲିଭରି ନର୍ସ।
ରାଜମ୍ମା ଗାନ୍ଧୀଙ୍କୁ କହିଲେ ଯେ ରାଜୀବ ନୁହନ୍ତି କି, ସୋନିଆ ନୁହନ୍ତି, ସେ ହିଁ ପ୍ରଥମେ ତାଙ୍କୁ କୋଳରେ ଧରିଥିଲେ। ଏ କଥା ଶୁଣି ରାହୁଳ ଗାନ୍ଧୀ ପୁଣି ଥରେ ତାଙ୍କୁ ଆଲିଙ୍ଗନ କଲେ।
ଓ୍ଵାୟାନାଡ଼ରେ ରାତ୍ରୀ ଯାପନ ପାଇଁ କଂଗ୍ରେସ ଅଧ୍ୟକ୍ଷ ଅଟକି ଥିବା ସ୍ଥାନରେ ରବିବାର ସକାଳେ ରାଜମ୍ମା ତାଙ୍କୁ ଭେଟିଥିଲେ। ସେ ସମୟର ଉତ୍ତୋଳିତ ଫଟୋକୁ ବିରୋଧୀ ଦଳର ନେତା ରମେଶ ଚେନ୍ନିତଲା ଫେସ୍ବୁକ୍ରେ ପୋଷ୍ଟ୍ କରିଛନ୍ତି।
ରବିବାର ଦିନ ତୃତୀୟ ଦିନରେ ପ୍ରବେଶ କରିଥିବା ରାହୁଳଙ୍କ ରୋଡ୍ ସୋ’ରେ ସାଙ୍ଗରେ ଯାଉଛନ୍ତି ଚେନ୍ନିତଲା।
ଫେସ୍ବୁକ୍ ପୋଷ୍ଟ୍ରେ କୁହାଯାଇଛି ଯେ ରାହୁଳ ଗାନ୍ଧୀ ଜନ୍ମ ହୋଇଥିବା ଦିଲ୍ଲୀର ହୋଲି କ୍ରସ୍ ହସ୍ପିଟାଲ୍ରେ ରାଜମ୍ମା ନର୍ସ ଥିଲେ।
ଅବସର ପରେ ରାଜମ୍ମା ଶ୍ରୀ ଗାନ୍ଧୀଙ୍କ ନିର୍ବାଚନ ମଣ୍ଡଳୀରେ ବାସ କରୁଛନ୍ତି ଏବଂ ତାଙ୍କୁ ଭେଟିବାକୁ ଇଚ୍ଛୁକ ବୋଲି କେତେକ କଂଗ୍ରେସ ନେତାଙ୍କୁ କହିଥିଲେ। ରବିବାର ଦିନ ତାଙ୍କର ଇଚ୍ଛା ପୂର୍ଣ୍ଣ ହୋଇଛି।