ନୂଆଦିଲ୍ଲୀ: ଗ୍ରୀଷ୍ମ ଏଯାଏଁ ଆସିନି। କିନ୍ତୁ କିଛି ରାଜ୍ୟରେ ଏବେ ପ୍ରବଳ ତାତି ଅନୁଭୂତ ହେଲାଣି। । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଧ୍ୟ କିଛି ରାଜ୍ୟରେ ଆଗାମୀ ୫ ଦିନ ମଧ୍ୟରେ ଗ୍ରୀଷ୍ମଲହରୀ ଆସିପାରେ ବୋଲି ପୂର୍ବାନୁମାନ କରିଛି। ଆଇଏମ୍‌ଡିର ଜଣେ ବରିଷ୍ଠ ପାଣିପାଗ ବିଶେଷଜ୍ଞ କହିଛନ୍ତି, ପଶ୍ଚିମ ଜଳବାୟୁ ପ୍ରଭାବ ଯୋଗୁଁ ଦକ୍ଷିଣ ପଶ୍ଚିମ ଭାରତରେ ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରା ୨ ଡିଗ୍ରି ‌ସେଲସିୟସକୁ ଖସିବ । କିନ୍ତୁ କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତରେ ତାପମାତ୍ରା ବଢ଼ିବ। ଆସନ୍ତା ୫ ଦିନ ମଧ୍ୟରେ ଦକ୍ଷିଣ ଏବଂ ପଶ୍ଚିମ ଭାରତରେ ସ୍ବାଭାବିକ ଠାରୁ ତାପମାତ୍ରା ୩ରୁ ୫ ଡିଗ୍ରି ଅଧିକ ରହିବ।

Advertisment

ସୋମବାର ଦିନ ଦକ୍ଷିଣ ପଶ୍ଚିମ, କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତରେ ସର୍ବାଧିକ ୩୫ରୁ ୩୯ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ୧୯୬୯ ପରେ ଦିଲ୍ଲୀରେ ସୋମବାର ଦିନ ତୃତୀୟ ଥର ପାଇଁ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ସଫଦରଜଙ୍ଗରେ ତାପମାତ୍ରା ୩୩.୬ ଡିଗ୍ରି ସେଲସିୟସ ଥିଲା। ଆଗକୁ ପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ଅତି ଭୟଙ୍କର ଗ୍ରୀଷ୍ମଲହରୀ ସ୍ଥିତି ଉପୁଜିପାରେ ବୋଲି ଆକଳନ କରାଯାଉଛି।