କୋଲକାତା: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଲିବାନ ସରକାର ଚଳାଇଛନ୍ତି। ରାଜ୍ୟ ବିଜେପି ଅଧ୍ୟକ୍ଷ ଦାୟିତ୍ବ ନେବାର ମାତ୍ର ଦିନକ ପରେ ଏହି ଅଭିଯୋଗ ଉଠାଇଛନ୍ତି ସୁକାନ୍ତ ମଜୁମ୍ଦାର। ସେ କହିଛନ୍ତି, ବିଧାନସଭା ନିର୍ବାଚନ ପରେ ଅନ୍ୟ ଦଳର ସମର୍ଥକଙ୍କୁ ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତା ଉପରେ ହତ୍ୟା କରାଯାଉଛି। ଏହା କ’ଣ ଗଣତନ୍ତ୍ର? ଚାରିଟି ରାଜ୍ୟରେ ନିର୍ବାଚନ ହୋଇଥିଲା। ପଶ୍ଚିମବଙ୍ଗକୁ ବାଦ୍ ଦେଲେ ଅନ୍ୟ କୌଣସି ରାଜ୍ୟରେ କେହି ବ୍ୟକ୍ତି ମରି ନାହାନ୍ତି। କେବଳ ଏହି ରାଜ୍ୟରେ ଏତେ ଲୋକଙ୍କ ଜୀବନ ଯାଇଛି। କୋଲକାତା ହେଷ୍ଟିଂସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମଜୁମ୍ଦାର କହିଲେ, ମୁଖ୍ୟମନ୍ତ୍ରୀଙ୍କ ପରିବାର ପାଖରେ ୩୫ଟି ଜମି (ପ୍ଲଟ୍) ଅଛି। ଏହାସତ୍ତ୍ବେ ତାଙ୍କୁ ସଚ୍ଚୋଟତାର ପ୍ରତୀକ ବୋଲି ଚିତ୍ରିତ କରାଗଲା। ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭିଷେକ ବାନାର୍ଜୀ କୋଟିକୋଟି ଟଙ୍କାର କୋଇଲା ଚୋରି ମାମଲାରେ ସମ୍ପୃକ୍ତ। ଏ ବାବଦ ଅର୍ଥ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ପଡ଼ିଛି। ଏହି ମାମଲାରେ ହାଜର ହେବାକୁ ଇଡି ସମନ ପଠାଇଲା। ତଦନ୍ତରେ ଅସହଯୋଗ କଲେ। ଅଥଚ ପୁଲିସ ଇଡି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲା। ରାଜ୍ୟରେ ଏଭଳି ଅନ୍ଧା ଶାସନ ଚାଲିଛି। ଏହା ତାଲିବାନଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ମଜୁମଦାର କହିଛନ୍ତି।
ପଶ୍ଚିମବଙ୍ଗରେ ମମତା ତାଲିବାନ ସରକାର ଚଳାଇଛନ୍ତି: ବିଜେପି
/sambad/media/post_attachments/wp-content/uploads/2021/09/mamata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)