ଆଫଗାନିସ୍ତାନ ଶୀତରେ ୨ ଲକ୍ଷ ଗାଈଗୋରୁ ମୃତ

କାବୁଲ: ଆଫଗାନିସ୍ତାନରେ ଭୟଙ୍କର ଶୀତଲହରି ଅବ୍ୟାହତ ରହିଥିବା ବେଳେ ଗତ ଦୁଇ ସପ୍ତାହ ଭିତରେ ଅନେକ ଲୋକଙ୍କ ସହ ପ୍ରାୟ ୨ ଲକ୍ଷ ଗୋମହିଷାଦି ପଶୁଙ୍କର ମୃତ୍ୟୁ ଘଟିଛି। ଅଧିକାଂଶ ମୃତ ଗୋରୁ ହେଉଛନ୍ତି ଉତ୍ତରାଞ୍ଚଳର ବଲ୍‌ଖ, ଜଜାନ ଓ ପଞ୍ଜଶିର ପ୍ରଦେଶର ବୋଲି ତାଲିବାନ ସରକାରଙ୍କ କୃଷି ଓ ପଶୁପାଳନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ମନ୍ତ୍ରଣାଳୟର ମୁଖପାତ୍ର ମୁବାହୁଦ୍ଦିନ ଦେଇଥିବା ସୂଚନା ଅନୁସାରେ, ୨୦ଟି ପ୍ରଦେଶର ୨୬୦,୦୦୦ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବା ‌ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୧୨୯,୦୦ ମେଣ୍ଢା ଓ ଛେଳି। ପ୍ରବଳ ଶୀତ ସହ ତୃଣଭୋଜି ପ୍ରାଣୀମାନଙ୍କୁ ଖାଇବାକୁ ଘାସ ନ ମିଳିବା ଏହି ମୃତ୍ୟୁର କାରଣ ବୋଲି କୁହାଯାଉଛି। ସପ୍ତାହକ ଭିତରେ ପ୍ରାୟ ୨୦୦ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର