ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ବିଶାଳ ଓ ଭବ୍ୟ ରାମ ମନ୍ଦିର ଜାନୁଆରି ୧, ୨୦୨୪ରେ ଉଦ୍‌ଘାଟନ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତ୍ରିପୁରାରେ ଏହି ଘୋଷଣା କରିଛନ୍ତି। ତ୍ରିପୁରାରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ଶାହ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ବିଳମ୍ବ ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଦ୍ବାରା ସୃଷ୍ଟି କରାଯାଇଥିବା ଜଟିଳ ସ୍ଥିତି ପାଇଁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ସୁପ୍ରିମକୋର୍ଟଙ୍କ ରାୟ ଆସିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି।