ସ୍ୱାସ୍ଥ୍ୟ ଯତ୍ନ ଗରିବ ଲୋକଙ୍କ ଜୀବନର ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ଜରୁରୀ: ପ୍ରଧାନମନ୍ତ୍ରୀ

ଏଏମ୍‌ ନାଏକ ସ୍ୱାସ୍ଥ୍ୟ ଯତ୍ନ ପରିସର ଓ ନିରାଲୀ ବହୁମୁଖୀ ସ୍ୱତନ୍ତ୍ର ସେବା ଯତ୍ନ ହସ୍ପିଟାଲ ଉଦ୍‌ଘାଟନ

ଭୁବନେଶ୍ବର : ସ୍ୱାସ୍ଥ୍ୟ ସେବାର ଆଧୁନିକୀକରଣ ଓ ଉପଲବ୍ଧତା ଗରିବଙ୍କ ଜୀବନ ମାନରେ ଉନ୍ନତି ଓ ସଶକ୍ତ କରିବା ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଗତ ଆଠ ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଆମେ ସାମଗ୍ରୀକ ପଦକ୍ଷେପ ନେଇଛୁ। ଉପଚାର ସୁବିଧାର ଆଧୁନିକୀକରଣ ସହ ପୌଷ୍ଟିକତା ଓ ସ୍ୱଚ୍ଛ ଜୀବନଧାରଣ ମାନ ଉନ୍ନତି ନିମନ୍ତେ ଉଦ୍ୟମ ହେଉଛି। ଆମେ ଗରିବ ଓ ମଧ୍ୟବିତ୍ତ ବ୍ୟକ୍ତିଙ୍କୁ ରୋଗରୁ ସୁରକ୍ଷା ଦେବାସହ ଏ ବାବଦ ଖର୍ଚ୍ଚ ଯଥାସମ୍ଭବ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛୁ। ଗୁଜରାଟର ସ୍ୱାସ୍ଥ୍ୟ ଯତ୍ନ ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବା ସୂଚକାଙ୍କ ଯୋଗୁ ଗୁଜରାଟ ଆଜି ନୀତି ଆୟୋଗଙ୍କ ସ୍ଥାୟୀ ଓ ନିରନ୍ତର ବିକାଶ ଲକ୍ଷ୍ୟ ସୂଚୀରେ ସବୁଠାରୁ ଆଗରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଏଏମ୍‌ ନାଏକ ସ୍ୱାସ୍ଥ୍ୟ ଯତ୍ନ ପରିସର ଓ ନିରାଲୀ ବହୁମୁଖୀ ସ୍ୱତନ୍ତ୍ର ସେବା ଯତ୍ନ ହସ୍ପିଟାଲକୁ ନବସାରୀ ଠାରେ ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି। ସେ ମଧ୍ୟ ଆଭାସୀ ମାଧ୍ୟମରେ ଖରେଲ ଶିକ୍ଷା ପରିସରର ଉଦଘାଟନ କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ।

ଉତ୍ସବରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବସାରୀରେ ଅନେକ ପ୍ରକଳ୍ପର ଆରମ୍ଭ ହୋଇଛି । ଏହା ସେ ଅଞ୍ଚଳର ଜନସାଧାରଣଙ୍କ ଜୀବନମାନରେ ଉନ୍ନତି ଆଣିବ । ସେ ମଧ୍ୟ ନିରାଲୀ ନ୍ୟାସ ଓ ଶ୍ରୀ ଏଏମ୍‌ ନାଏକଙ୍କୁ ପ୍ରସଙ୍ଗ କରିଥିଲେ। ଏଏମ୍‌ ନାଏକ ନିଜର ଦୁଃଖକୁ ଏକ ସୁଯୋଗ ଭାବେ ବିବେଚନା କରି ଅନ୍ୟ କୌଣସି ପରିବାର ସେପରି ଦୁଃଖ ନପାରିବେ ତାହା ସୁନିଶ୍ଚିତ କରିଥିଲେ । ଏଥିସହ ଶ୍ରୀ ମୋଦୀ ନବସାରୀ ଜନସାଧାରଣ ଆଧୁନିକ ସ୍ୱାସ୍ଥ୍ୟ ପରିସର ଓ ଉନ୍ନତ ବହୁମୁଖୀ ସ୍ୱାସ୍ଥ୍ୟସେବା ହସ୍ପିଟାଲ ପାଇବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ସେ କିପରି ସ୍ୱାସ୍ଥ୍ୟ ଗୁଜରାଟ, ଉଜ୍ୱଳ ଗୁଜରାଟ, ମୁଖ୍ୟମନ୍ତ୍ରୀ ଅମ୍ରିତମ ଯୋଜନା ଇତ୍ୟାଦିର ଆରମ୍ଭ କରିଥିଲେ ତା’ର ସ୍ମୃତିଚାରଣ କରିଥିଲେ । ତାଙ୍କର ସେହି ଅଭିଜ୍ଞତା ଆଜି ସମଗ୍ର ଦେଶର ଗରିବଙ୍କ ସେବା କରିବାରେ ସାହାଯ୍ୟ କରୁଛି ବୋଲି ସେ କହିଥିଲେ ।

ସେ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଗୁଜରାଟରେ ୪୧ ଲକ୍ଷ ରୋଗୀ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା, ବଞ୍ଚିତ ଓ ଆଦିବାସୀ ଅଛନ୍ତି । ଏହି ଯୋଜନା ଯୋଗୁ ରୋଗୀମାନଙ୍କ ସାତ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବଞ୍ଚିପାରିଛି । ଗୁଜରାଟରେ ୭.୫ ହଜାର ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର ଓ ୬୦୦ ଦୀନଦୟାଲ ଔଷଧାଳୟ ରହିଛି । କର୍କଟ ଭଳି ରୋଗର ଉପଚାର ପାଇଁ ଗୁଜରାଟ ହସ୍ପିଟାଲଗୁଡ଼ିକରେ ସୁବିଧା ରହିଛି । ଭାବନଗର, ଜାମନଗର ଓ ରାଜକୋଟ ଭଳି ସହରଗୁଡ଼ିକରେ କର୍କଟ ରୋଗ ଉପଚାର ସୁବିଧା ଉପଲବ୍ଧ ହେଉଛି। ବୃକକ୍‌ ଚିକିତ୍ସା ନିମନ୍ତେ ମଧ୍ୟ ଭିତ୍ତିଭୂମି ସଂପ୍ରସାରିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସମ୍ବନ୍ଧିତ ଖବର