ଏନ୍‌ସେଫାଲାଇଟିସ୍‌:ବିହାରରେ ୧୬୨ ଏବଂ ଅନ୍ୟ ୭ ରାଜ୍ୟରେ ୬୩ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜୁଲାଇ ୨ ସୁଦ୍ଧା ବିହାରରେ ଏଇଏସ୍‌ (ଆକ୍ୟୁଟ୍‌ ଏନସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌) ଯୋଗୁଁ ୧୬୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ରାଜ୍ୟ ତଥା ଆସାମ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଣିପୁର, ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଜୁନ୍‌ ୩୦ ସୁଦ୍ଧା ୬୩ ଶିଶୁଙ୍କ ଏଇଏସ୍‌ରେ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ ଚୌବେ  ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ବିହାରରେ ଏଇଏସ୍‌ ମୁକାବିଲା ପାଇଁ ଯଥେଷ୍ଟ ପଦକ୍ଷେପ ଗ୍ରହଣ ହୋଇଛି ବୋଲି ଚୌବେ କହିଛନ୍ତି। ‌

ସମ୍ବନ୍ଧିତ ଖବର