ମଶାଧୂପ ନେଇଗଲା ଗୋଟିଏ ପରିବାରର ୬ ଜୀବନ

ନୂଆଦିଲ୍ଲୀ : ମଶାଧୂପ ପାଇଁ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ଚାଲିଯାଇଛି। ମଶାଧୂପ ‌ଯୋଗୁଁ ଘରେ ନିଆଁ ଲାଗିଯିବାରୁ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଏହି ଘଟଣା ଘଟିଛି। ଗୋଟିଏ ପରିବାରର ୯ ଜଣ ସଦସ୍ୟ ମଶାଧୂପ ଲଗାଇ ଶୋଇଥିଲେ। ଦୁର୍ଭାଗ୍ୟବଶତଃ ମଶାଧୂପ ନିଆଁ ବିଛଣା‌ ଉପରେ ପଡ଼ି ଯାଇଥିଲା। ଏଥିଯୋଗୁଁ ଘରେ ନିଆଁ ଲାଗିଯାଇଥିଲା। ମଶାଧୂପର ବିଶାକ୍ତ କାର୍ବନ ମନୋକ୍ସାଇଡ୍‌ ଧୂଆଁ ଯୋଗୁଁ ପରିବାରର ୯ ଜଣ ଲୋକ ଅଚେତ ହୋଇପଡ଼ିଥିଲେ ଏବଂ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କ ଶରୀ‌ରରେ ନିଆଁ ଲାଗି ଯାଇଥିଲା। ଅନ୍ୟ ଜଣେ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି।

ସମ୍ବନ୍ଧିତ ଖବର