ନୂଆଦିଲ୍ଲୀ: ଦିଲ୍ଲୀ ଏନ୍୍ସିଆର୍ ଅଂଚଳରେ ଥିବା ଜୟ ଭାରତ ମାରୁତି ଗ୍ରୁପ୍ର ୫୦ଟି ସ୍ଥାନରେ ଆଜି ଆୟକର ବିଭାଗ ଚଢ଼ଉ କରି ୭ କୋଟି ଟଙ୍କା ଏବଂ ୩ କିଲୋ ସୁନା ଅଳଙ୍କାର ଜବତ କରିଛି। ଚଢ଼ଉ ଜାରି ରହିଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ ହୋଇଥିବା ଖବର ମିଳିଛି। ମାରୁତି ଏବଂ ଅଶୋକ ଲିଲେଣ୍ଡ ସଂସ୍ଥାକୁ ଯନ୍ତ୍ରାଂଶ ଯୋଗାଉଥିବା ଏହି ସଂସ୍ଥା ବ୍ୟାପକ ଆୟକର ଫାଙ୍କି କାରବାର ଚଳାଇଥିବା ଜଣାପଡ଼ିଛି। କମ୍ପାନିର େଓ୍ଵବ୍୍ସାଇଟ୍ ମୁତାବକ ଏହି ସଂସ୍ଥା ଅଟୋମୋଟିଭ, ଇଂଜିନିୟରିଂ ଏବଂ ଡିଜାଇନ୍ କ୍ଷେତ୍ରରେ ଗବେଷଣା ଏବଂ ଉତ୍ପାଦନ ଜାରି ରଖିଛି । ହରିୟଣା ଏବଂ ଗୁରୁଗ୍ରାମରେ ମଧ୍ୟ ଏହି ସଂସ୍ଥାର କାର୍ଯ୍ୟାଳୟଗୁଡ଼ିକରେ ଚଢ଼ଉ ଚାଲିଥିବା ଖବର ମିଳିଛି।
ଦିଲ୍ଲୀରେ ଆୟକର ଚଢ଼ଉ: ୭ କୋଟି ଟଙ୍କା, ୩ କିଲୋ ସୁନା ଜବତ
/sambad/media/post_attachments/wp-content/uploads/2017/10/download-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)