ସ୍ବଚ୍ଛଳବର୍ଗ ନିର୍ଣ୍ଣୟ ପାଇଁ ଆୟ ଏକମାତ୍ର ମାପକ ନୁହେଁ: ସୁପ୍ରିମ୍‌କୋର୍ଟ

ହରିୟାଣା ସରକାରଙ୍କ ୨୦୧୬ ବିଜ୍ଞପ୍ତି ରଦ୍ଦ

ନୂଆଦିଲ୍ଲୀ: ପଛୁଆବର୍ଗ ଭିତରେ ଥିବା କ୍ରିମି ଲେୟାର (ସ୍ବଚ୍ଛଳବର୍ଗ)ଙ୍କୁ ଚିହ୍ନଟ କରିବା ପାଇଁ ସରକାର ବାର୍ଷିକ ଆୟକୁ ଏକମାତ୍ର ମାନଦଣ୍ଡ କରିପାରିବେ ନାହିଁ। ତେଣୁ ଏହି ମାନଦଣ୍ଡ ଅନୁଯାୟୀ ସେମାନଙ୍କୁ ସଂରକ୍ଷଣ ସୁବିଧାରୁ ମଧ୍ୟ ବଞ୍ଚିତ କରିପାରିବେ ନାହିଁ ବୋଲି ମଙ୍ଗଳବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ସ୍ବଚ୍ଛଳବର୍ଗ ନିର୍ଦ୍ଧାରଣ ପାଇଁ ଆୟ ଛଡ଼ା ସାମାଜିକ, ଶିକ୍ଷାଗତ ଆଦି ଅନ୍ୟାନ୍ୟ ମାନଦଣ୍ଡ ମଧ୍ୟ ବିଚାରକୁ ନିଆଯିବା ଉଚିତ।

ଜ‌ଷ୍ଟିସ୍ ଏଲ୍‌ ନାଗେଶ୍ବର ରାଓ ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ବ‌ାର୍ଷିକ ୬ ଲକ୍ଷ ଟଙ୍କାରୁ ଅଧିକ ଆୟ ଥିବା ପଛୁଆବର୍ଗର ବ୍ୟକ୍ତିଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଦିଆଯାଇ ପାରିବ ନାହିଁ ବୋଲି ହରିୟାଣା ସରକାରଙ୍କ ୨୦୧୬ ମସିହାର ବିଜ୍ଞପ୍ତିକୁ ରଦ୍ଦ କରିଦେଇଛନ୍ତି। ଖଣ୍ଡପୀଠ ମଧ୍ୟ ଆର୍ଥିକ ଛଡ଼ା ସାମାଜିକ ପଛୁଆପଣର ବିବେଚନା କରି ପଛୁଆବର୍ଗ ଭିତରେ ସ୍ବଚ୍ଛଳବର୍ଗର ନିର୍ଦ୍ଧାରଣ କରାଯିବ ବୋଲି ତିନିମାସ ଭିତରେ ଏକ ସାନି ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଲେ ଯେ, ସ୍ବଚ୍ଛଳବର୍ଗ ନିର୍ଦ୍ଧାରଣ ପାଇଁ ଯେଉଁ ବିଜ୍ଞପ୍ତି ଜାରି କରାଯାଇଛି, ଅଧିନିୟମ-୨୦୧୬ର ବିରୁଦ୍ଧାଚରଣ କରୁଛି, କାରଣ ଉକ୍ତ ଆଇନରେ ସାମାଜିକ, ଅର୍ଥନୈତିକ ଓ ଅନ୍ୟାନ୍ୟ କାରଣଗୁଡ଼ିକୁ ବିଚାରକୁ ନେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର