ନୂଆଦିଲ୍ଲୀ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଗୌତମବୁଦ୍ଧ ନଗର ଆସନରୁ ପୁଣି ଥରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରୂପେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଗତ ପାଞ୍ଚ ବର୍ଷ ଧରି ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀ ଥିବା ମହେଶ ଶର୍ମାଙ୍କ ଆୟ ସାତ ଗୁଣାରୁ ବି କମ୍‌ ହୋଇଯାଇଛି। ସେ ଦର୍ଶାଇଥିବା ଆୟକର ରିଟର୍ଣ୍ଣ ଅନୁଯାୟୀ ୨୦୧୩-୧୪ରେ ମହେଶ ଶର୍ମାଙ୍କ ବାର୍ଷିକ ଆୟ ୩.୫୩ କୋଟି ଟଙ୍କା ଥିଲା, ଯାହା ୨୦୧୭-୧୮ରେ ହ୍ରାସ ପାଇ ୪୮.୫୬ ଲକ୍ଷ ଟଙ୍କାରେ ପହଞ୍ଚିଛି।

Advertisment

ଅପରପକ୍ଷରେ ମହେଶଙ୍କ ପତ୍ନୀ ଡ଼ା. ଉମା ଶର୍ମାଙ୍କ ବାର୍ଷିକ ଆୟରେ ସାଧାରଣ ବୃଦ୍ଧି ଘଟିଛି। ମହେଶ ଶର୍ମାଙ୍କ ପାଖରେ ଥିବା ୩.୨୭ ଲକ୍ଷ ଟଙ୍କାର ଗହଣା ଥିବା ବେଳେ ପତ୍ନୀଙ୍କ ପାଖରେ ୨୫.୩୬ ଲକ୍ଷ ଟଙ୍କାର ଗହଣା ହୋଇଛି। ଗତ ପାଞ୍ଚ ବର୍ଷ ଭିତରେ ମହେଶ ଶର୍ମାଙ୍କ ପରିବାର ପକ୍ଷରୁ କୌଣସି ଗହଣା କିଣାଯାଇ ନଥିବା ଜଣାଯାଇଛି।