ଆୟକର ବିଭାଗ ପକ୍ଷରୁ ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥା ଆରମ୍ଭ, ସଚ୍ଚୋଟ କରଦାତାଙ୍କୁ କରାଯିବ ସମ୍ମାନିତ

ନୂଆଦିଲ୍ଲୀ : ଆୟକର ବିଭାଗ ପକ୍ଷରୁ ଆଜିଠାରୁ ଫେସ୍‌ଲେସ୍‌ ଟିକସ ଅପିଲ ବ୍ୟବସ୍ଥା ଆରମ୍ଭ ହୋଇଛି । ଏଣିକି ସମସ୍ତ ପ୍ରକାର ଆୟକର ଅପିଲ ଫେସ୍‌ଲେସ ବ୍ୟବସ୍ଥାରେ ଶୁଣାଣି ହୋଇ ଚୂଡ଼ାନ୍ତ ହେବ । କେବଳ ଅତି ଗୁରୁତର ଠକେଇ ଯଥା ବଡ଼ଧରଣର ଟିକସ ଫାଙ୍କି, ଆନ୍ତର୍ଜାତିକ ଟିକସ ପ୍ରସଙ୍ଗ, କଳାଟଙ୍କା ମାମଲା ଏବଂ ଟିକସ ସଂକ୍ରାନ୍ତ ସମ୍ବେଦନଶୀଳ ଘଟଣାରେ ଆୟକର ଅଧିକାରୀମାନେ ସଂପୃକ୍ତ ଟିକସଦାତାଙ୍କୁ ଡାକି ମୁହାଁମୁହିଁ ପଚରାଉଚୁରା କରିପାରିବେ।

ଫେସଲେସ୍‌ ଅପିଲ ବ୍ୟବସ୍ଥା ସଂପର୍କରେ ଆଜି ଆବଶ୍ୟକ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେସ୍‌ଲେସ ବ୍ୟବସ୍ଥାରେ ଟିକସ ପ୍ରସଙ୍ଗରେ ଟିକସଦାତା ଏବଂ ଆୟକର ଅଧିକାରୀମାନଙ୍କ ମଧ୍ୟରେ ଏଣିକି ମୁହାଁମୁହିଁ ବା ପ୍ରତ୍ୟକ୍ଷ ସଂପର୍କ ରହିବ ନାହିଁ ।

ଚଳିତବର୍ଷ ଅଗଷ୍ଟ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ଫେସ୍‌ଲେସ୍‌ ଆସେସମେଣ୍ଟ ଓ ଟିକସଦାତା ଚାର୍ଟରକୁ ଉଦ୍‌ଘାଟନ କରିଥିଲେ । ଟିକସ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ଏବଂ ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନିତ କରିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି, ତାହା ‘ ଟ୍ରାନ୍ସପରେନ୍ସ ଟାକ୍ସେସନ-ଅନରିଂ ଦି ଅନେଷ୍ଟ’ କାର୍ଯ୍ୟକ୍ରମ ନାମରେ ପରିଚିତ ।

ପ୍ରକାଶଥାଉକିଳ ସିବିଡିଟି ଡାଟା ଅନୁସାରେ ଆଜି ତାରିଖ ସୁଦ୍ଧା ଆୟକର ସଂକ୍ରାନ୍ତ ୪.୬ ଲକ୍ଷ ମାମଲା କମିସନରଙ୍କ ବିଭିନ୍ନ ପର୍ଯ୍ୟାୟରେ ବିଚାରାଧୀନ ରହିଛି ।

ସମ୍ବନ୍ଧିତ ଖବର