ୟୁପି ବ୍ୟବସାୟୀଙ୍କଠାରୁ ୪.୨୫ କୋଟି ଜବତ କଲା ଆୟକର ବିଭାଗ

ନୂଆଦିଲ୍ଲୀ : କାନପୁରର ଜଣେ ଜଣାଶୁଣା ବ୍ୟବସାୟୀ ତଥା ଇନଷ୍ଟିଚ୍ୟୁଟ୍ ଅଫ୍‌ ଏଣ୍ଟରପ୍ରେନ୍ୟୁରସିପ୍‌ ଡେଭଲପମେଣ୍ଟର ନିର୍ଦ୍ଦେଶକ ଦେବେନ୍ଦର ପାଲ ସିଂଙ୍କ ଏନ୍‌ସିଆର୍‌, କାନପୁର ଏବଂ ଲକ୍ଷ୍ନୌର ଏକାଧିକ ସ୍ଥାନରେ ଆୟକର ବିଭାଗ ଚଢ଼ଉ କରି ୪.୨୫ କୋଟି ଜବତ କରିଛି। ଶନିବାର ରାତିରେ ଆୟକର ବିଭାଗ ତାଙ୍କୁ ଅଟକ ରଖିଛି। ଶାହଦରା ଏବଂ ଗାଜିଆବାଦରେ ଚଢ଼ଉ ଜାରି ରହିଛି।

ଜବତ ହୋଇଥିବା ନଗଦ ଟଙ୍କା ସମ୍ପର୍କରେ ଆୟକର ବିଭାଗ ଅଧିକାରୀମାନେ ସିଂଙ୍କୁ ବିଭିନ୍ନ ପ୍ରଶ୍ନ କରି‌ଥିଲେ ହେଁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି। ସିଂ ତାଙ୍କ କାର୍‌ରେ କୌଣସି ସ୍ଥାନକୁ ଯାଉଥିବାବେଳେ କାନପୁର ପୁଲିସର ସହାୟତାରେ ଆୟକର ବିଭାଗର ଅଧିକାରୀମାନେ ତାଙ୍କ କାରକୁ ଅଟକାଇଥିଲେ। ଖୋଜାଖୋଜି ବେଳେ ତାଙ୍କ କାରରୁ ୧ କୋଟି ନଗଦ ଟଙ୍କା ଜବତ ହୋଇଥିଲା।

ସମ୍ବନ୍ଧିତ ଖବର